ଆଞ୍ଚଳିକ ବୈରାଗୀ ସମାଜର ସାଧାରଣ ସଭା

କୋକସରା, କଳାହାଣ୍ଡି ଜିଲ୍ଲା କୋକସରା ବ୍ଳକ ବଡ଼ପୋଡ଼ାଗୁଡ଼ା ଶିବ ମନ୍ଦିର ପରିସରରେ ଶୁକ୍ରବାର ଆଞ୍ଚଳିକ ବୈରାଗୀ ସମାଜର ସାଧାରଣ ସଭା ଓ ସାଂଗଠନିକ କାର୍ଯ୍ୟକ୍ରମ ଅନୁଷ୍ଠିତ ହୋଇଛି। ଅଭିମନ୍ୟୁ ଦାସଙ୍କ ସଭାପତିତ୍ବରେ ଅନୁଷ୍ଠିତ ସଭାରେ ଅବସରପ୍ରାପ୍ତ ପ୍ରଧାନ ଶିକ୍ଷକ କୁମାର ଅଶୋକ ଦାସ ମୁଖ୍ୟ ଅତିଥି ଭାବେ ଯୋଗଦେଇ ଥିଲେ। ରବି ନାରାୟଣ ଦାସ ମୁଖ୍ୟବକ୍ତା, ଇଶ୍ୱର ଦାସ, ରାଜେନ୍ଦ୍ର ଦାସ, ମୁରଲୀଧର ଦାସ, ଜନାର୍ଦ୍ଦନ ଦାସ, କ୍ଷୀରସିନ୍ଧୁ ଦାସ ଶଙ୍କର ଦାସ, ରୁଦ୍ର ପ୍ରସାଦ ଦାସ ପ୍ରମୁଖ ସମ୍ମାନିତ ଅତିଥି ଭାବେ ମଞ୍ଚାସୀନ ହୋଇଥିଲେ। ଏହି କ୍ରମରେ ବୈରାଗୀ ସମାଜର ସାଂଗଠନିକ ପ୍ରକ୍ରିୟା, ସମାଜ ସଂସ୍କାର, ରାଜନୈତିକ, ଶିକ୍ଷା ଓ ସଂସ୍କୃତିର ରକ୍ଷଣ ଆଦି ବିଷୟରେ ଅତିଥି ମାନେ ଆଲୋକପାତ କରିଥିଲା। ନିଲାମ୍ବର ଦାସ ସଭା ସଂଯୋଜନା କରିଥିଲେ। ବଡ଼ପୋଡ଼ାଗୁଡ଼ା ଆଞ୍ଚଳିକ ବୈରାଗୀ ସମାଜ ସଭାପତି ମଳୟ ରଞ୍ଜନ ଦାସ, ସମ୍ପାଦକ ବିମଳ କ୍ରିଷ୍ଣା ଦାସ, ଶଶି ଭୁଷଣ ଦାସ, କୃଷ୍ଣଚନ୍ଦ୍ର ଦାସ, ଲକ୍ଷ୍ମଣ ଦାସ, ମୁରଲୀଧର ଦାସ, ରୁପେଶ ଦାସ, ଅମୟ ଦାସ, ମୁନ୍ନା ଦାସ, ମନୋରଞ୍ଜନ ଦାସ ପ୍ରମୁଖ କର୍ମକର୍ତ୍ତା ପରିଚାଳନାରେ ସହଯୋଗ କରିଥିଲେ। ଏହି ସଭାରେ ବ୍ଳକର ବିଭିନ୍ନ ସ୍ଥାନରୁ ବୈରାଗୀ ସମାଜର ଶତାଧିକ ମହିଳା ଓ ପୁରୁଷ ଯୋଗଦେଇ ଥିଲେ।