ବଲାଙ୍ଗୀର- ସଇଁତଲା ବ୍ଲକ ଧରପଗଡ଼ ଗ୍ରାମପଞ୍ଚାୟତର ଦଶମତି ସାଗରରେ ଅବସ୍ଥିତ ମା’ ଚଣ୍ଡୀ ମନ୍ଦିର ପ୍ରତିଷ୍ଠା ଓ ମାଝୀ ମଝେନଙ୍କ ବିଗ୍ରହ ପ୍ରତିଷ୍ଠା ହୋଇଯାଇଛି। ଚଣ୍ଡୀ ମନ୍ଦିର କର୍ତ୍ତା ଭାବରେ ଗୋବିନ୍ଦ ଝଙ୍କାର ଓ ତାଙ୍କ ଧର୍ମପତ୍ନୀ ଭାଗ୍ୟବତୀ ଝଙ୍କାର ଥିବାବେଳେ ମାଝୀ ମଝେନ ର କର୍ତ୍ତା ଡ଼ିକି କୁଅର ଓ ତାଙ୍କ ଧର୍ମପତ୍ନୀ ପୁଷ୍ପାଞ୍ଜଳୀ କୁଅର, ସୁନ୍ଦରାକାଣ୍ଡ ପରାୟଣରେ ଆଦିତ୍ୟ ଭୋଇ, ଉଦ୍ୟମା ଭୋଇ ରହିଥିଲେ। ଆଖ ପାଖର ଅଂଚଳର ବହୁତ ଲୋକଙ୍କ ସମାଗମ ହୋଇଥିବା ଦେଖିବାକୁ ମିଳିଥିଲା। ପୂଜା ଦାୟିତ୍ୱରେ ଦାମୋଦର ଯୋଷୀ ପୂଜା କାର୍ଯ୍ୟ ତୁଲାଇ ଥିଲେ। ସମସ୍ତ ଭକ୍ତଙ୍କ ପାଇଁ ଅର୍ଣ୍ଣପ୍ରସାଦ ସେବନ କରିଥିଲେ। ପରିଚାଳନାରେ ସମସ୍ତ ଗ୍ରାମବାସୀ ସହଯୋଗ କରିଥିଲେ।