କୋକସରା- କୋକସରା ବ୍ଲକ ଲଡୁଗାଁ ସରକାରୀ ଉଚ୍ଚ ବିଦ୍ୟାଳୟଠାରେ ଶନିବାର ଶିକ୍ଷକ, ଅବିଭାବକ ଓ ସ୍କୁଲ ପରିଚାଳନା କମିଟିର ବୈଠକ ଅନୁଷ୍ଠିତ ହୋଇଛି। ପ୍ରଧାନ ଶିକ୍ଷକ ବୁଦ୍ଧିରାମ ନାଏକଙ୍କ ଅଧ୍ୟକ୍ଷତାରେ ଅନୁଷ୍ଠିତ ବୈଠକରେ ଗରୁଡ଼ ବାଗ, ପଙ୍କଜ ମୁଖ ଚୈଧୁରୀ, ରବିନାରାୟଣ ଦାସ, ସିଆରସିସି ଫାଲଗୁନୀ ବାଣୁଆ, ସ୍କୁଲ ପରିଚାଳନା କମିଟି ସଦସ୍ୟ ଦଶରଥ ଦୁର୍ଗା ପ୍ରମୁଖ ଯୋଗଦେଇଥିଲେ। ଏହି କ୍ରମରେ ବିଦ୍ୟାଳୟ ଶିକ୍ଷାର ଗୁଣାତ୍ମକ ବିକାଶ ପାଇଁ ଆଲୋଚନା ହୋଇଥିଲା। ଏଥିରେ ପ୍ରାୟ ୯୦ ଜଣ ଅଭିଭାବକ ଓ ଅଭିଭାବିକା ଯୋଗଦେଇ ନିଜ ନିଜର ମତ ରଖିଥିଲେ। କାର୍ଯ୍ୟକ୍ରମକୁ ସରୋଜ କୁମାର ସାହୁ ସଂଯୋଜନା କରିଥିବାବେଳେ ସ୍ମୃତିମୟୀ ଦୁର୍ଗା ଧନ୍ୟବାଦ ଅର୍ପଣ କରିଥିଲେ।