ଜର୍ଣ୍ଣାଲିଷ୍ଟ ପ୍ରୀମିଅର୍ ଲିଗ କ୍ରିକେଟ ଟୁର୍ଣ୍ଣାମେଣ୍ଟ ଉଦଘାଟିତ

କଲମପୁର, କଳାହାଣ୍ଡି ଜିଲ୍ଲା କଲମପୁର ମିନି ଷ୍ଟଡିୟମ ଠାରେ କଲମପୁର ସାମ୍ୱାଦିକ ସମୂହ ତରଫରୁ ଜର୍ଣ୍ଣାଲିଷ୍ଟ ପ୍ରିମିୟମ ଲିଗ ନକଆଉଟ୍ କ୍ରିକେଟ ଟୁର୍ଣ୍ଣାମେଣ୍ଟ ରବିବାର ଉଦଘାଟିତ ହୋଇଛି। ଏହି ଟୁର୍ଣ୍ଣାମେଣ୍ଟଟି ଚଲିତ ମାସ ୨୦ ତାରିଖରୁ ଆରମ୍ଭ ହୋଇ ଆସନ୍ତା ୨୭ ତାରିଖରେ ଶେଷ ହେବାକୁ ଥିବାବେଳେ ଟୁର୍ଣ୍ଣାମେଣ୍ଟରେ ୧୧ ଗୋଟି ଗ୍ରାମ ପଞ୍ଚାୟତର ଗୋଟିଏ ଲେଖାଁଏ ଦଳ ସମେତ ସାମ୍ୱାଦିକ ଦଳ ମିଶି ୧୨ଟି ଦଳ ଭାଗ ନେଇଛନ୍ତି। ଆଜି ସକାଳୁ କଲମପୁର ଲଙ୍କେଶ୍ଵରୀ ମନ୍ଦିରରୁ ମଶାଲ ଯାତ୍ରା ବାହାରି ମିନିଷ୍ଟାଡିୟମ ଠାରେ ପହଞ୍ଚିଥିଲା। ବରିଷ୍ଠ ସାମ୍ୱାଦିକ ଶୁଭେନ୍ଦୁ ପଣ୍ଡାଙ୍କ ସଭାପତିତ୍ବ କାର୍ଯ୍ୟକ୍ରମରେ ମୁଖ୍ୟ ଅତିଥି ଭାବେ ବିଡିଓ ବିଜୟ କୁମାର ମାଣ୍ଡାଙ୍ଗି, ସ୍ୱତନ୍ତ୍ର ଅତିଥି ଭାବରେ ଡଃ. ଶିବାଶିଷ ସ୍ବାଇଁ, ସମ୍ମାନୀୟ ଅତିଥି ବଡକୁଟ୍ରୁ ସରପଞ୍ଚ ଗଣେଶ ପଣ୍ଡା, କଲମପୁର ପୂର୍ବତନ ସରପଞ୍ଚ ଚତୁର୍ଭୁଜ ପଣ୍ଡା, ବରିଷ୍ଠ ସାମ୍ବାଦିକ ଶଙ୍କର୍ଷଣ ବେହେରା, ରବୀନ୍ଦ୍ର ମିଶ୍ର, ସୁରେନ୍ଦ୍ର ନାଏକ, ଗଣେଶ ରାମ ବାଗ, ଚକ୍ରଧର ନାଏକ ପ୍ରମୁଖ ମଞ୍ଚ ଉଦଘାଟନ କରିବା ସହ ମାଁ ଲଙ୍କେଶ୍ଵରୀ ଦେବୀଙ୍କ ଫଟୋଚିତ୍ରରେ ପୂଜାର୍ଚ୍ଚନା କରିବା ପରେ ପତାକା ଉତ୍ତୋଳନ କରି ଟୁର୍ଣ୍ଣାମେଣ୍ଟର ଶୁଭ ଉଦଘାଟନ କରିଥିଲେ। ପ୍ରଥମ ପର୍ଯ୍ୟାୟର ମ୍ୟାଚ ନୂଆଗାଁ ଗ୍ରାମ ପଞ୍ଚାୟତ ଏକାଦଶ ଓ ବଡ଼କୁଟ୍ରୁ ଗ୍ରାମ ପଞ୍ଚାୟତ ଏକାଦଶ ମଧ୍ୟରେ ଅନୁଷ୍ଠିତ ହୋଇଥିଲା। ପ୍ରଥମେ ବ୍ୟାଟିଂ କରି ନୂଆଗାଁ ଗ୍ରାମ ପଞ୍ଚାୟତ ନିର୍ଦ୍ଧାରିତ ୧୦ ଓଭର ଖେଳରେ ୪ ୱିକେଟ ବିନିମୟରେ ୧୦୭ରନ ସଂଗ୍ରହ କରିଥିଲା। ବଡକୁଟ୍ରୁ ଗ୍ରାମ ପଞ୍ଚାୟତ ଖେଳାଳି ୮ ଓଭରରେ ୪ ୱିକେଟ ବିନିମୟରେ ୧୦୮ କରି ମ୍ୟାଚ ବିଜୟୀ ହୋଇଥିଲେ। ସେହିପରି ଦ୍ଵିତୀୟ ପର୍ଯ୍ୟାୟ ଖେଳ କୋଟାଗାଁ ଗ୍ରାମ ପଞ୍ଚାୟତ ଏକାଦଶ ଓ କଲମପୁର ଗ୍ରାମ ପଞ୍ଚାୟତ ଏକାଦଶ ମଧ୍ୟରେ ମ୍ୟାଚ ଅନୁଷ୍ଠିତ ହୋଇଥିଲା। ପ୍ରଥମେ କଲମପୁର ବ୍ୟାଟିଂ କରି ନିର୍ଦ୍ଧାରିତ ୧୦ ଓଭରରେ ୬ ୱିକେଟ ବିନିମୟରେ ୧୪୯ ରନ ସଂଗ୍ରହ କରିଥିବାବେଳେ କୋଟାଗାଁ ଗ୍ରାମ ପଞ୍ଚାୟତ ଏକାଦଶ ୧୦ ଓଭରରେ ୪ ୱିକେଟ ବିନିମୟରେ ମାତ୍ର ୭୬ ରନ ସଂଗ୍ରହ କରି ପରାଜିତ ହୋଇଥିଲେ। ଦ୍ଵିତୀୟ ପର୍ଯ୍ୟାୟ ଖେଳରେ ମୁଖ୍ୟ ଅତିଥି ଭାବେ କୋଟଗାଁ ସରପଞ୍ଚ ଚନ୍ଦନ ପଣ୍ଡା ଯୋଗ ଦେଇଥିଲେ। ଏହି ମ୍ୟାଚର ମ୍ୟାନ ଅଫଦି ମ୍ୟାଚ୍ ସୁଶିଲ ପଟ୍ଟନାୟକ ପାଇଥିଲେ। ଯତୀନ୍ଦ୍ର କୁମାର, ଭବାନୀ ଗହିର ଓ ସାନୁ ମହାନ୍ତି ଖେଳ ପରିଚାଳନା କରିଥିଲେ। ଶାଶ୍ଵତ ପଣ୍ଡା ଓ ରଞ୍ଜନ କୁମାର ସାହୁ ଖେଳର ଧାରାବିବରଣି ପ୍ରଦାନ କରିଥିଲେ। ସୁଶୀଲ ପଟ୍ଟନାୟକ ଓ ନୀଳକଣ୍ଠ ନାଏକ ସ୍କ୍ରୋର୍ ବୋର୍ଡର ଦାୟିତ୍ଵ ନିର୍ବାହ କରିଥିଲେ। ଖେଲ ପରିଚାଳନା କମିଟି ସଭାପତି ରାଜେଶ କୁମାର ସାହୁ, ସମ୍ପାଦକ ଶରତ ଚନ୍ଦ୍ର ସୁନାନୀ, ଶେଷଦେବ ନାଏକ, ଭୋଜରାଜ୍ ଛତ୍ରିଆ, ଟୁନା ବିହାରୀ, ସଞ୍ଜୟ ସାହୁ, ଦର୍ଶନ ଗୁପ୍ତା ପ୍ରମୁଖ ସମ୍ପୂର୍ଣ ସହଯୋଗ କରିଥିଲେ।