ବାଇକ ଦୁର୍ଘଟଣା ; ଜଣେ ମୃତ ଜଣେ ଗୁରୁତର

(କ୍ରାନ୍ତିକ୍ଷେତ୍ର ନ୍ୟୁଜ୍) କୋକସରା, କୋକସରା ବ୍ଳକ ବଙ୍ଗୋମୁଣ୍ଡା କେନାଲ ଛକ ନିକଟରେ ଭାରସାମ୍ୟ ହରାଇ ଏକ ବାଇକ୍ ଦୁର୍ଘଟଣା ଘଟିଛି। ଦୁର୍ଘଟଣାରେ ବଙ୍ଗୋମୁଣ୍ଡାର ଜିତୁ ଦଳପତି(୧୫)ଙ୍କ ମୃତ୍ୟୁ ହୋଇଥିବାବେଳେ ଲଡୁଗାଁର ଟୁନା ପାତ୍ର(୧୮) ଗୁରୁତର ଅବସ୍ଥାରେ ଡ଼ାକ୍ତରଖାନାରେ ଭର୍ତ୍ତି ହୋଇଛନ୍ତି।

ସୂଚନା ଅନୁସାରେ, ବଙ୍ଗୋମୁଣ୍ଡାରୁ ଆଜି ସନ୍ଧ୍ୟାରେ ଟୁନା ଓ ଜିତୁ ଦୁଇ ମାମୁଁ ପୁଅ ମିଶି ଏକ ବାଇକ ଯୋଗେ କୈାଣସି କାମ ପାଇଁ କୋକସରା ଆସୁଥିଲେ। ତେବେ ବଙ୍ଗୋମୁଣ୍ଡା କୋନାଲ ଛକ ନିକଟରେ ଭାରସାମ୍ୟ ହରାଇ ତାଙ୍କ ବାଇକ୍ ଦୁର୍ଘଟଣା ହୋଇଥିଲା। ଦୁର୍ଘଟଣା ଫଳରେ ସେମାନେ ରାସ୍ତାରେ ପଡ଼ି ରହିଥିଲେ। ସ୍ଥାନୀୟ ଲୋକେ ସେମାନଙ୍କୁ ଉଦ୍ଧାର କରି କୋକସରା ଅଗ୍ନିଶମ ବିଭାଗକୁ ଖବର ଦେଇଥିଲେ। ଅଗ୍ନିଶମ କର୍ମଚାରୀ ଦୁର୍ଘଟଣା ସ୍ଥଳରେ ପହଞ୍ଚି ଗୁରୁତର ମାନଙ୍କୁ କୋକସରା ଗୋଷ୍ଠୀ ସ୍ୱାସ୍ଥ୍ୟକେନ୍ଦ୍ରରେ ଭର୍ତ୍ତି କରିଥିଲେ। ସେଠାରେ ଡାକ୍ତର ଗୁରୁତର ଜିତୁ ଦଳପତିଙ୍କୁ ମୃତ ଘୋଷଣା କରିଥିବା ବେଳେ ଟୁନା ପାତ୍ର ଗୁରୁତର ଅବସ୍ଥାରେ କୋକସରା ମେଡିକାଲରେ ଚିକିତ୍ସାଧୀନ ଥିବା ଜଣାପଡିଛି। ଘଟଣାର ଖବର ପାଇ କୋକସରା ଥାନା ପୁଲିସ ମେଡିକାଲରେ ପହଞ୍ଚି ଶବ ଜବତ କରିଛି। ମଙ୍ଗଳବାର ସକାଳେ ଶବ ବ୍ୟବଚ୍ଛେଦ ହେବା ନେଇ ଥାନା ସୂଚନା ମିଳିଛି।