ଟଙ୍କା ଲୁଟ୍ ଉଦ୍ୟମ, ବୋମାମାଡ଼ କଲେ ଦୁର୍ବୃତ୍ତ

ଭବାନୀପାଟଣା :- କଳାହାଣ୍ଡି ଜିଲ୍ଲା ଭବାନୀପାଟଣା ସହରରେ ଦିନ ଦ୍ବିପ୍ରହରରେ ଡକାୟତି ଉଦ୍ୟମ। ଲଙ୍କାଗୁଣ୍ଡ ସହିତ ବୋମା ପକାଇ ଟଙ୍କା ବ୍ୟାଗ୍ ଝାମ୍ପି ନେବାକୁ ଉଦ୍ୟମ ବେଳେ ଲୋକେ ଜଣେ ଡକାୟତକୁ କାବୁ କରିଛନ୍ଦୁତି। ତେବେ ଅନ୍ଡୟ ଦୁଇ କାୟତ ଫେରାର ହୋଇଯାଇଥିବା ସୂଚନା ମିଳିଛି।

ସୂଚନାଯୋଗ୍ୟ ଯେ, ଭବାନୀପାଟଣା ସଦର ଥାନା ଅନ୍ତର୍ଗତ ମେଦିନୀପୁର ଗ୍ରାମର ନରେଶ ସାହୁ ଟଙ୍କା ଜମା କରିବା ପାଇଁ ବ୍ୟାଙ୍କକୁ ଯାଉଥିଲେ। ଭବାନୀପାଟଣା ମହାବୀରପଡା ନିକଟରେ ଏକ ଦୋକାନରେ ଥଣ୍ଡା ପିଇବା ପାଇଁ ଅଟକି ଥିଲେ। ଏହି ସମୟରେ ତିନି ଜଣ ଦୁର୍ବୃତ୍ତ ଏକ ବାଇକ୍‌ରେ ଆସି ତାଙ୍କ ଉପରେ ଲଙ୍କାଗୁଣ୍ଡ ଫିଙ୍ଗିବା ସହିତ ଗୋଟିଏ ବୋମା ଫିଙ୍ଗି ଦେଇଥିଲେ। ତାଙ୍କ ପାଖରେ ଥିବା ଟଙ୍କା ବ୍ୟାଗ୍କୁ ଝାମ୍ପିବା ପାଇଁ ଚେଷ୍ଟା କରିଥିବାବେଳେ ନରେଶ ଦୋକାନ ଭିତରେ ଲୁଚି ଯାଇଥିଲେ। ଅନ୍ୟପଟେ ବୋମ ଫୁଟିବା ଶବ୍ଦ ଶୁଣି ଲୋକେ ସେଠାରେ ଜମା ହୋଇଯିବା ଫଳରେ ଦୁର୍ବୃତ୍ତ ମାନେ ସେଠାରୁ ଖସିଯିବା ପାଇଁ ଚେଷ୍ଟା କରୁଥିଲେ। ଜଣେ ଡକାୟତକୁ ଲୋକେ କାବୁ କରିଥିବା ବେଳେ ଦୁଇ ଜଣ ଫେରାର ହୋଇଥିବା ପୋଲିସ ସୂଚନା ଦେଇଛି। ଏନେଇ ଅଧିକ ଛାନଭିନ ଆରମ୍ଭ କରିଛି ପୋଲିସ।