ତଳାମପଦର ଅଞ୍ଚଳରେ କାଳବୈଶାଖିର ପ୍ରଭାବ

କ୍ରାନ୍ତିକ୍ଷେତ୍ର ନ୍ୟୁଜ୍, ଥୁଆମୁଲ ରାମପୁର,(ପ୍ରଦୀପ କୁମାର ପଣ୍ଡା) : କଳାହାଣ୍ଡି ଜିଲ୍ଲା ଥୁଆମୂଳ ରାମପୁର ବ୍ଲକ ତଳାମପଦର ପଞ୍ଚାୟତର ତଳାମପଦର ଏବଂ ଚୁଲବାଡିରେ କାଳବୈଶାଖିର ତାଣ୍ଡବ ଦେଖିବାକୁ ମିଳିଛି। ଏଭଳି ପ୍ରତ୍ୟକ୍ଷ ସୂଚନା ଦେଇଛନ୍ତି ତଳାମପଦର ଗ୍ରାମର ଯୁବ ସମାଜସେବୀ ପଙ୍କଜ ନାଗ।

ସୂଚନା ଅନୁସାରେ ସୋମବାର ଦିନ ପ୍ରାୟ ୩ ଘଣ୍ଟା ସମୟରେ ଆସିଥିବା କାଳବୈଶାଖିର ପ୍ରଭାବରେ ତଳ ଆମ୍ବପଦର ଗ୍ରାମର ଘାସିରାମ ମାଝୀଙ୍କ ଘରର ଆଜବେଷ୍ଟ ସବୁ ଉଡିଯାଇ ସମ୍ପୂର୍ଣ୍ଣ ନଷ୍ଟ ହୋଇଥିବା ବେଳେ ଗ୍ରାମର ଭକ୍ତରାମ ଜାଲଙ୍କ ଘରର ଆଜବେଷ୍ଟ ଗୁଡିକ ଉଡିଯାଇ ନଷ୍ଟ ହୋଇଛି। ଜଣେ ମାତ୍ର ଅବିବାହିତା ମାନସିକ ଭିନ୍ନକ୍ଷମ ଝିଅ ରାଏମତୀ ସହିତ ଉକ୍ତ ଘରେ ବସବାସ କରି ରହୁଥିଲେ। ଏଥିସହିତ ଗ୍ରାମର ଭକ୍ତ ଚରଣ ଜାଲଙ୍କ ପରିବାର ମଧ୍ୟ ବର୍ତ୍ତମାନ ଚିନ୍ତାରେ ରହିଛନ୍ତି। ଏହି ପଞ୍ଚାୟତ ଅନ୍ତର୍ଗତ ଚୁଲବାଡି ଗ୍ରାମର ସରକାରୀ ବିଦ୍ୟାଳୟ ଉପର ସୁରକ୍ଷା ଆଜବେଷ୍ଟ ଟିଣ ପବନରେ ଅସ୍ତବ୍ୟସ୍ତ ହୋଇ ପଡିଥିବା ବେଳେ ଗ୍ରାମର କମ୍ୟୁନିଟି ଘର ଉପରେ ଏକ ଗଛ ଭାଙ୍ଗି ପଡିଯିବା ଫଳରେ ଘରର ଆଜବେଷ୍ଟ ମଧ୍ୟ ଭାଙ୍ଗି ନଷ୍ଟ ହୋଇଥିବା ଦେଖିବାକୁ ମିଳିଛି। ସେହିପରି ସିଗନି ପଡାକୁ ସଂଯୋଗ କରୁଥିବା ଏକ ବିଜୁଳି ଖୁଣ୍ଟ ମଧ୍ୟ ତଳେ ପଡିଯାଇଥିବା ସୂଚନା ରହିଛି।

ଏପରି ସ୍ଥଳେ ଅଞ୍ଚଳ କୁ ବିଦ୍ୟୁତ ଯୋଗାଣ ବାଧାପ୍ରାପ୍ତ ହୋଇପଡିଛି। ପବନର ବେଗରେ ପ୍ରଶାସନ ତୁରନ୍ତ ଏସବୁର କ୍ଷୟକ୍ଷତିର ଆକଳନ କରି ସହାୟତା ଯୋଗାଇବାକୁ ଅସହାୟ ପରିବାର ସମେତ ଗ୍ରାମବାସୀ ଦାବି କରିଛନ୍ତି। କ୍ଷତିଗ୍ରସ୍ତ ପରିବାର ପାଖରେ ପହଞ୍ଚି ଯଥାସମ୍ଭବ ସହାୟତା ଯୋଗାଇ ଦିଆଯିବ ବୋଲି ତଳାମପଦର ସରପଞ୍ଚ ପ୍ରକାଶ ମାଝୀ କରିଥିବା ବେଳେ କାଳବୈଶାଖି ପ୍ରଭାବରେ ପ୍ରଭାବିତ ପରିବାରକୁ ସରକାରୀ ସହାୟତା ପ୍ରଦନ ସହ ଅନ୍ୟାନ୍ୟ କ୍ଷୟକ୍ଷତି ଉପରେ ଥୁଆମୂଳ ରାମପୁର ବିଡ଼ିଓଙ୍କୁ ଜଣାଇଥିବା କହିଛନ୍ତି ସରପଞ୍ଚ ଶ୍ରୀ ମାଝୀ।