ପ୍ରଧାନମନ୍ତ୍ରୀ ଫସଲବୀମା ରାୟ ପ୍ରକାଶ 

ଧର୍ମଗଡ଼/କ୍ରାନ୍ତିକ୍ଷେତ୍ର ନ୍ୟୁଜ୍ (ସୁବାଷ ବାଗ) : କଳାହାଣ୍ଡି ଜିଲ୍ଲା ଗୋଲାମୁଣ୍ଡା ବ୍ଲକ କେଗାଁ ଥାନାରେ ହୋଇଥିବା ଏକ ପ୍ରଧାନମନ୍ତ୍ରୀ ଫସଲ ବୀମା ଯୋଜନା ମାମଲାରେ ଗୋଲାମୁଣ୍ଡା ବ୍ଲକ ଅଧ୍ୟକ୍ଷ ବିନ୍ଦୁ ମହାନନ୍ଦଙ୍କ ସଂଶ୍ଲିଷ୍ଟ ନେଇ ପୁଲିସ ତାଙ୍କୁ ଗତ ସେପ୍ଟେମ୍ବର ୨୦୨୩ ରେ ଗିରଫ କରିଥିଲା । ଏବଂ ଅଧ୍ୟକ୍ଷ ସାଢେ ଚାରି ମାସ ଜେଲରେ ଥିଲେ।  ଅଧ୍ୟକ୍ଷ ଗିରଫକୁ ନେଇ ସାରା ରାଜ୍ୟରେ ଚର୍ଚ୍ଚିତ ଖବର ହେବା ସହ ଏହା ଏକ ରାଜନୈତିକ ଷଡଯନ୍ତ୍ରର ଗିରଫ ବୋଲି ବିଭିନ୍ନ ମହଲରେ ଚର୍ଚ୍ଚା ହେଉଥିଲା। ଫସଲ ବୀମା କେଶରେ ସାଢେ ଚାରି ମାସ ଜେଲରେ ରହି ଜାମିନ ରେ ଆସିବାର କିଛି ଦିନ ପରେ ପୁଣି ତାଙ୍କୁ ଆୟ ବହିର୍ଭୁତ ସମ୍ପତି ଠୁଳ ଅଭିଯୋଗରେ ଗିରଫ କରାଯାଇଥିଲା। ପୁଣି ଥରେ ଗିରଫ ପରେ ଏହା ଏକ ସମ୍ପୂର୍ଣ ରାଜନୈତିକ ଷଡଯନ୍ତ୍ର ବୋଲି ଲୋକେ ଚର୍ଚ୍ଚା କରିଥିଲେ। ଏବଂ ତତ୍କାଳୀନ ବିଜେଡି ସରକାରଙ୍କ ଜଣେ ପ୍ରଭାବଶାଳୀ ପୂର୍ବତନ ମନ୍ତ୍ରୀଙ୍କ ଆଡକୁ ଅଙ୍ଗୁଳି ଉଠିଥିଲା, ଅଧ୍ୟକ୍ଷଙ୍କ ଘର ରେଡ ରେ କେବଳ ୩୪୦୦ ନଗଦ ଟଙ୍କା ଓ ଏକ ଭରି ରୁ କମ ବା ଦଶ ଗ୍ରାମ ସୁନା ସହିତ ଘର କୁ ହିସାବ କରି ସମୁଦାୟ ୬୪ଲକ୍ଷ ସମ୍ପତି ଦର୍ଶାଇ ବିଚାର ବିଭାଗୀୟ ହାଜତକୁ ପଠେଇ ଦେଇଥିଲେ। ସୂଚନା ମୁତାବକ ଉକ୍ତ ଘର ତାଙ୍କ ଜେଜେ ବାପା ନିର୍ମାଣ କରିଥିଲେ ଓ ଘର ନିର୍ମାଣ ହୋଇଥିବା ଜାଗା ତାଙ୍କ ସାନ ଜେଜେଙ୍କ ନାମରେ ରହିଥିବା ବେଳେ ଉକ୍ତ ଘରର ବିଦ୍ୟୁତ ବିଲ ତାଙ୍କ ବାପା ନାମରେ ରହିଥିଲା। ଯାହାକି ଭିଜିଲାନ୍ସ ତାହା ତାଙ୍କର ଦସ୍ତାବିଜରେ ମଧ୍ୟ ଉଲ୍ଲେଖ କରିଛି। ତେବେ ଏହା ପୈତୃକ ସମ୍ପତ୍ତି ଭାବରେ ଗଣନା ହେବା ଉଚିତ, ତଥାପି ତାଙ୍କୁ ପୂର୍ବ ସରକାରଙ୍କ ଚାପରେ ଭିଜିଲାନ୍ସ ବିଭାଗ ଗିରଫ କରି ଜେଲ ପଠେଇ ଥିଲା ବୋଲି ତାଙ୍କ ଓକିଲ ଯୁକ୍ତି ବାଢିଥିଲେ। ଠିକ ସେପରି ଫସଲବୀମା କେଶରେ ବ୍ଲକ ଅଧ୍ୟକ୍ଷଙ୍କ ନାମରେ କୌଣସି ଲିଖିତ ଅଭିଯୋଗ ନଥିବା ସହ ତାଙ୍କର ଆକାଉଣ୍ଟ କିମ୍ବା ତାଙ୍କର କୌଣସି ପରିବାରଙ୍କ କୌଣସି ସଦସ୍ୟଙ୍କ ଆକାଉଣ୍ଟରେ ପଇସା ଆସି ନ ଥିଲା ବା ପୁଲିସ ପାଖରେ କୌଣସି ଠୋସ ପ୍ରମାଣ ନଥିବା ସତ୍ୱେ ତାଙ୍କୁ ଗିରଫ କରାଯାଇଥିଲା। ତେଣୁ ବ୍ଲକ ଅଧ୍ୟକ୍ଷ ମାନ୍ୟବର ହାଇକୋର୍ଟଙ୍କ ଦ୍ୱାରସ୍ତ ହୋଇ ମାମଲାକୁ ରଦ୍ଧ କରିବାକୁ ପ୍ରାର୍ଥନା କରିଥିଲେ। ଏହି ମାମଲାକୁ ହାଇକୋର୍ଟ ବିଚାରକୁ ନେଇ ଉଭୟ ପକ୍ଷଙ୍କ ଉପସ୍ଥିତି ରେ ଶୁଣାଣି କରି ମାମଲାକୁ ରଦ୍ଧ କରିଛନ୍ତି। ମୁ ଜଣେ ଦଳିତ ଲୋକ ବୋଲି ମୋତେ ମିଛ କେଶରେ ବାରମ୍ବାର ବିଜେଡି ସରକାର ଜେଲ ପଠେଇ କ୍ଷମତା ର ଅପବ୍ୟବହାର କରିଥିଲେ। କିନ୍ତୁ ସମ୍ବିଧାନ ଓ ନ୍ୟାୟଳୟ ପ୍ରତି ମୋର ସମ୍ପୂର୍ଣ ବିଶ୍ୱାସ ଥିଲା ଏବଂ ତାହା ଆଜି ପ୍ରମାଣିତ ହୋଇ ସତ୍ୟର ବିଜୟ ହେଲା ବୋଲି ଗୋଲାମୁଣ୍ଡା ବ୍ଲକ ଅଧ୍ୟକ୍ଷ ବିନ୍ଦୁ ମହାନନ୍ଦ ନିଜ ପ୍ରତିକ୍ରିୟା ରଖିଛନ୍ତି।