ତାରାଗାଁ ଠାରେ ପୁଲିସ ଜନସଂପର୍କ ଶିବିର

କ୍ରାନ୍ତିକ୍ଷେତ୍ର ନ୍ୟୁଜ୍/ଥୁଆମୂଳ ରାମପୁର,(ପ୍ରଦିପ ପଣ୍ଡା) : କଳାହାଣ୍ଡି ଜିଲ୍ଲା ଥୁଆମୂଳ ରାମପୁର ବ୍ଲକ ଅନ୍ତର୍ଗତ କାନୀଗୁମା ପଞ୍ଚାୟତର ତାରା ଗାଁ ଠାରେ କଳାହାଣ୍ଡି ପୁଲିସ ପକ୍ଷରୁ ଜନ ସମ୍ପର୍କ ଶିବିର ଅନୁଷ୍ଠିତ ହୋଇଥିଲା । ଏହି କାର୍ଯ୍ୟକ୍ରମରେ ଭବାନୀପାଟଣା ରିଜର୍ଭ ପୁଲିସ ଇନ୍ସପେକ୍ଟର ସୁରେଶ କୁମାର ବଳିଆରସିଂହ,ଜିଲ୍ଲା ପୁଲିସ ମୁଖ୍ୟାଳୟର ଇନ୍ସପେକ୍ଟର ଶତ୍ରୁଘନ ବାଜପେଇ,ସବ୍ଇନ୍ସପେକ୍ଟର ପ୍ରହଲ୍ଲାଦ ପାଣିଗ୍ରାହୀ, ଥୁଆମୂଳ ରାମପୁର ଥାନା ଅଧିକାରୀ କୈବଲ୍ୟ ସେଠ,କନଷ୍ଟେବଲ ଶିବଶଙ୍କର ମାଝୀ, ରବିନ୍ଦ୍ର ନାଏକ, ହୋମଗାର୍ଡ କନେଷ୍ଟବଳ,କାଣିଗୁମା ସରପଞ୍ଚ ଧ୍ରୁବକାନ୍ତ ମାଝୀ, ତାରା ଗାଁ ୱାର୍ଡ ସଭ୍ୟ ପ୍ରମୁଖ ଉପସ୍ଥିତ ଥିଲେ ।

ଏହି ଉପଲକ୍ଷେ ପୁଲିସ ପକ୍ଷରୁ କମ୍ବଳ, ଶାଲ, ଶାଢ଼ୀ, ଟର୍ଚ୍ଚ ଲାଇଟ, ମାଇକସେଟ, ସେହିପରି ଛୁଆଙ୍କ ପାଇଁ ପାଠ୍ୟ ଉପକରଣରେ ଖାତା, ଡ଼ଟପେନ,ପେନସିଲ, ପାଣି ବୋଟଲ ଏବଂ କମ୍ପାସ ଆଦି ପ୍ରଦାନ କରାଯାଇଛି। ମୁଣ୍ଡର ଟୋପି , ଭଳିବଲ, ନେଟ, ଟିଶାର୍ଟ ପ୍ରମୁଖ ଗ୍ରାମବାସୀଙ୍କୁ ପ୍ରଦାନ କରାଯାଇଥିଲା ।