କୋକସରା ବିଜେପି ପକ୍ଷରୁ କ୍ୟାଣ୍ଡେଲ ଶୋଭାଯାତ୍ରା

ଭବାନୀପାଟଣା/କାନ୍ତିକ୍ଷେତ୍ର ନ୍ୟୁଜ୍ : ଗତ ୨୨ ତାରିଖରେ କାଶ୍ମୀର ପହେଲଗାଁଓ ଠାରେ ଆତଙ୍କବାଦୀ ମାନେ ୨୭ ଜଣ ହିନ୍ଦୁଙ୍କୁ ଗୁଳି କରି  ନିର୍ମମ ଭାବେ ହତ୍ୟା କରିବା ଘଟଣାର ଦେଶ ବ୍ୟାପୀ ତୀବ୍ର ନିନ୍ଦା କରିବା ସହ ଆତଙ୍କବାଦୀ ଓ ଆତଙ୍କବାଦକୁ ପ୍ରୋତ୍ସାହନ ଦେଉଥିବା ପାକିସ୍ଥାନ ବିରୁଦ୍ଧରେ ଦୃଢ଼ କାର୍ଯ୍ୟାନୁଷ୍ଠାନ ଦାବି କରାଯାଉଛି। ଏହି କ୍ରମରେ ଆଜି ଭାରତୀୟ ଜନତା ପାର୍ଟି କୋକସରା ବ୍ଲକ ପକ୍ଷରୁ ସ୍ଥାନୀୟ ଜଗନ୍ନାଥ ମନ୍ଦିରଠାରୁ ହନୁମାନ ମନ୍ଦିର ପର୍ଯ୍ୟନ୍ତ କ୍ୟାଣ୍ଡେଲ ଶୋଭାଯାତ୍ରା କରାଯାଇଛି। ଏଭଳି ବର୍ବର ଆତଙ୍କବାଦୀ କାର୍ଯ୍ୟକୁ ଦୃଢ଼ ହସ୍ତରେ ଭାରତ ସରକାର କାର୍ଯ୍ୟନୁଷ୍ଠାନ ଗ୍ରହଣ କରିବା ପାଇଁ ବିଜେପିର କର୍ମକର୍ତ୍ତା ମାନେ ଦାବି କରିବା ହିନ୍ଦୁସ୍ଥାନରେ ହିନ୍ଦୁ ମାନଙ୍କ ସୁରକ୍ଷା ଦିଗରେ ସ୍ଵତନ୍ତ୍ର ଧ୍ୟାନ ଦେବାକୁ ଦାବି କରିଛନ୍ତି। କ୍ୟାଣ୍ଡେଲ ଶୋଭାଯାତ୍ରାରେ ଆମପାଣି ମଣ୍ଡଳ ସଭାପତି ମଧୁବନ ପାତ୍ର, ମୋଟେର ମଣ୍ଡଳ ସଭାପତି ଧର୍ମବ୍ରତ ପଣ୍ଡା, କୋକସରା ମଣ୍ଡଳ ସଭାପତି ବସନ୍ତ ନାଗ, ବ୍ଲକ ସମ୍ପାଦକ ମନୋଜ କୁମାର ନାଏକ, ଯୁବମୋର୍ଚ୍ଚାରୁ ସୁଜିତ ରାଜପୁତ, ତ୍ରିଲୋକ୍ୟ ବେଶ୍ରା, ବିଜେପି ବରିଷ୍ଠ ନେତା ଗଣେଶ ନନ୍ଦ, ତ୍ରିନାଥ ଶବର, ଦୁର୍ଗା ପ୍ରଧାନୀ, ଗୋପାଳ ଅଗ୍ରୱାଲ, ସାରଳା ପ୍ରଧାନୀ, ମୁକୁନ୍ଦ ପଟ୍ଟନାୟକ, ନରେନ୍ଦ୍ର ପ୍ରଧାନୀ, ପ୍ରମୋଦ ପ୍ରଧାନୀ, ଧର୍ମାନନ୍ଦ ନେଗି, ରତନ ମାଝୀ, ଭାବଗ୍ରାହୀ ପ୍ରଧାନୀ, ଚକ୍ରଧର ବେଶ୍ରା, କ୍ଷୀରସିନ୍ଧୁ ନେଗି ସମେତ ଅନ୍ୟ କର୍ମୀମାନେ ସାମିଲ ହୋଇଥିଲେ।