କ୍ରାନ୍ତିକ୍ଷେତ୍ର ନ୍ୟୁଜ୍/ଧର୍ମଗଡ଼(ସୁବାଷ ବାଗ) : ଦିନକୁ ଦିନ ସମାଜ ସେବା କରି ଚର୍ଚ୍ଚା ପରିସରରେ ଜଣେ ନିର୍ବାଚିତ ସରପଞ୍ଚ ଏବେ ପ୍ରସଂସାର ପାତ୍ର ସାଜିଛନ୍ତି। ଧର୍ମଗଡ଼ ବ୍ଲକ ପର୍ଲା ଗ୍ରାମ ପଞ୍ଚାୟତ ସରପଞ୍ଚ ବ୍ରିଜଲାଲ ନାଏକ ନିରନ୍ତର ଭାବେ ଦୁଃଖୀ ଦରିଦ୍ର ବୃଦ୍ଧ ବୃଦ୍ଧା ଅସହାୟ ଲୋକଙ୍କ ସେବାରେ ରହି ଏକ ଆଦର୍ଶ ପାଲଟିଛନ୍ତି। ସୋମବାର ଦିନ ଜଣେ ଆୟୁଦ୍ଧ ବୃଦ୍ଧାକୁ ଉଦ୍ଧାର କରି ଡାକ୍ତର ଖାନାରେ ଚିକିତ୍ସିତ କରାଇ ନିଜ ହାତରୁ ଗାଡି ଭଡା କରି ଗାଁ କୁ ପଠେଇଥିଲେ। ଠିକ ପରଦିନ ତଥା ମଙ୍ଗଳବାର ଦିନ ଏକ ମାନସିକ ରୋଗୀଙ୍କୁ ଉଦ୍ଧାର କରି ସ୍ଥାନୀୟ ଡାକ୍ତରଖାନା ଓ ପରବର୍ତ୍ତୀ ସମୟରେ ଜିଲ୍ଲା ମୁଖ୍ୟ ଚିକିତ୍ସାଳୟକୁ ଅଧିକ ଚିକିତ୍ସା ପାଇଁ ପଠେଇ ଏବେ ପ୍ରଶଂସା ଗୋଟାଇ ପାରିଛନ୍ତି। ମାନସିକ ରୋଗୀ ଜଣକ ପର୍ଲା ଗ୍ରାମର ଦେବରାଜ ଗୋପାଳ (୪୦)। ଗତ ୫ବର୍ଷ ତଳୁ ସେ ମାନସିକ ରୋଗରେ ଆକ୍ରାନ୍ତ ହୋଇ ପଡି ରହିଛନ୍ତି।
ଦିନକୁ ଦିନ ମାନସିକ ହରାଇ ନାନା ପ୍ରକାର ଉତ୍ପାତ କାର୍ଯ୍ୟ କରି ବସିଛନ୍ତି। ଚିକିତ୍ସା ଅଭାବରୁ ଏହା ବଢ଼ିବାରେ ଲାଗିଛି। ଖବର ପାଇ ସରପଞ୍ଚ -ରୋଗୀ ନିକଟକୁ ଯାଇ ଆମ୍ବୁଲାନ୍ସ ଡାକି ପର୍ଲା ଡାକ୍ତର ଖାନା ନେଇଥିଲେ।ସେଠାରେ ଡାକ୍ତର ଉନ୍ନତ ଚିକିତ୍ସା ପାଇଁ ଭବାନୀପାଟଣା ଚିକିତ୍ସାଲୟ କୁ ରେଫର କରିଥିବା ଜଣାପଡ଼ିଛି।ତେବେ ସରପଞ୍ଚ ଜଣକ ମାନସିକ ରୋଗୀ ର ଉନ୍ନତ ଚିକିତ୍ସା ବାବଦରେ କିଛି ଅର୍ଥ ପରିବାର ଙ୍କୁ ଦେବାକୁ ପ୍ରତିଶ୍ରୁତି ଦେଇଥିବା ଜଣାପଡିଛି। କେବଳ ସରପଞ୍ଚ ପଦବୀ ନୁହଁ ସେ ପୂର୍ବରୁ ନିଜ କୁ ସେବା ମନ ବୃତ୍ତି ନେଇ ସମାଜ ପାଇଁ ଅନେକ କାମ କରିଛନ୍ତି। କରୋନା କାଳ ରେ ଗାଁ ଗାଁ ରେ ସାନିଟାଇଜ, ସାବୁନ, ସୁଖା ଖାଦ୍ୟ ବଣ୍ଟନ କରିଥିଲେ। ଏପରିକି ଗାଁ ଗାଁ ରେ ପରିବେଶ ଉପରେ ଧ୍ୟାନ ରଖି ରାସ୍ତା ଘାଟ ସଫା ସୁତୁରା ନିଜ ହାତ ଅର୍ଥରୁ ଶ୍ରମିକ ଲଗେଇ କରାଇଥିଲେ।ପ୍ରାୟ ଅନେକ ଗାଁ ମାନଙ୍କରେ ବିଦ୍ୟୁତ ଖୁଣ୍ଟ ରେ ଲାଇଟ ଲଗେଇ ଆଲୋକ ଦେଖାଇ ଛନ୍ତି।କେବଳ ସେତିକି ରେ ସେ ସୀମିତ ନ ରହି ଶବ ଦାହ ପାଇଁ କାଠର ବ୍ୟବସ୍ଥା ନିଜ ହାତ ଖର୍ଚ୍ଚ ରୁ କରିବା ଅନେକ ଉଦାହରଣ ରହିଛି।ଲୋକଙ୍କ ସେବା କରିବାରେ ତାଙ୍କୁ ଢେର ଖୁସି ଲାଗେ ବୋଲି ସରପଞ୍ଚ ବ୍ରିଜଲାଲ ନାଏକ କହନ୍ତି।ଅନ୍ୟପଟେ ତାଙ୍କ କାର୍ଯ୍ୟ ଓ ସେବା ମନ ବୃତ୍ତିକୁ ଦେଖି ସାଧାରଣ ଙ୍କ ଭିତରେ ଉଚ୍ଚ ପ୍ରଶଂସା କରାଯାଏ।