ମଝି ରାସ୍ତାରେ ଓଲଟିଲା ହାଇୱା ; ଯାତାୟାତ ଠପ୍

କୋକସରା/କ୍ରାନ୍ତିକ୍ଷେତ୍ର ନ୍ୟୁଜ୍ : କଳାହାଣ୍ଡି ଜିଲ୍ଲା କୋକସରା ବ୍ଳକ କାଉଡୋଲା-ସୁନାମାଲ ରାସ୍ତାରେ ଆଜି ଏକ ଡବ୍ଳୁଏମଏମ୍ ବୋଝେଇ ହାଇୱା ଓଲଟି ପଡ଼ିଛି। ଯାହା ଫଳରେ ଅନେକ ସମୟ ଧରି ଉକ୍ତ ରାସ୍ତାରେ ଯାତାୟାତ ବାଧାପ୍ରାପ୍ତ ହୋଇଛି।

        ସୂଚନା ଅନୁସାରେ, ଦୁର୍ଘଟଣା ଗ୍ରସ୍ତ ଉକ୍ତ ହାଇୱା ଟି ଗଡିଆଯୋରରୁ ଲଡୁଗାଁ ଆସୁଥିବାବେଳେ କୋକସରା ନିକଟରେ ଏକ କାରକୁ ଧକ୍କା ମାରି ଦୃତ ଗତିରେ ଫେରାର ହେଉଥିଲା। ଉକ୍ତ ଗାଡ଼ିକୁ ଧରିବା ପାଇଁ କୋକସରାରୁ ପିଛା କରୁଥିବାବେଳେ ହାଇୱା ଗାଡ଼ିଟି ଦୃତ ଗତିରେ ଜାତୀୟ ରାଜପଥରୁ କାଉଡୋଲା ଦେଇ ଲଡୁଗାଁ ପଟେ ଫେରାର ମାରୁଥିଲା। ତେବେ କାଉଡୋଲା-ସୁନାମାଲ ରାସ୍ତାର ବୁଲାଣିରେ ଦୃତଗତି ଯୋଗୁଁ ଗାଡ଼ିଟି ଭାରସାମ୍ୟ ହରାଇ ଓଲଟି ପଡି ରାସ୍ତା ଜାମ ହୋଇଥିଲା। ଅନ୍ୟପଟେ ସ୍ଥାନୀୟ ଲୋକେ ଆହତ ଡ୍ରାଇଭରଙ୍କୁ ଉଦ୍ଧାର କରି କୋକସରା ମେଡିକାଲକୁ ପଠାଇ ଥିଲେ। ସେଠାରେ ଚିକିତ୍ସା ପରେ କୋକସରା ଥାନା ପୁଲିସ ଡ୍ରାଇଭରକୁ ଥାନାରେ ନେଇ ଅଟକ ରଖିଥିବା ଜଣାପଡିଛି। ଅନ୍ୟପଟେ ରାସ୍ତା ଉପରେ ହାଇୱା ଓଲଟି ପଡ଼ିବାରୁ ଦିର୍ଘ ସମୟ ହେବ ଯାତାୟାତ ବାଧାପ୍ରାପ୍ତ ହୋଇଛି।  ଅନ୍ୟପଟେ ଉଦ୍ଧାର କାର୍ଯ୍ୟ ଜାରି ରହିଥିବା ଜଣାପଡିଛି।