ଥୁଆମୂଳ ରାମପୁରଠାରେ ପଞ୍ଚାୟତରାଜ ଦିବସ ପାଳିତ

ଥୁଆମୂଳ ରାମପୁର/କ୍ରାନ୍ତିକ୍ଷେତ୍ର ନ୍ୟୁଜ୍ : କଳାହାଣ୍ଡି ଜିଲ୍ଲା ଥୁଆମୂଳ ରାମପୁର ଠାରେ ପଞ୍ଚାୟତ ରାଜ ଦିବସ ପାଳିତ ହୋଇଯାଇଛି । ବିଡିଓ ଧ୍ରୁବଚରଣ ମୁଦୁଲିଙ୍କ ଅଧ୍ୟକ୍ଷତାରେ ଅନୁଷ୍ଠିତ କାର୍ଯ୍ୟକ୍ରମ ରେ ମୂଖ୍ୟ ଅତିଥି ଭାବେ ସାଂସଦ ପ୍ରତିନିଧି ପବିତ୍ର ନାଏକ, ସମ୍ମାନିତ ଅତିଥି ବ୍ଲକ ଅଧ୍ୟକ୍ଷ୍ୟ ଦୟାନିଧି ମାଝୀ, ବିପିନ ବିହାରୀ ନାଏକ, ବାଜରା ଭୋଇ, ଜିପିଇଓ ତ୍ରିଲୋଚନ ନାଏକ ପ୍ରମୁଖ ଉଦବୋଧନ ଦେଇଥିଲେ । ଏହି ଉପଲକ୍ଷେ ୪ ଟି ପଞ୍ଚାୟତ ଯଥା ମହୁଲପାଟଣା,ପୋଡାପଦର, ଗୋପାଳପୁର ଏବଂ ସିଲେଟକୁ ପ୍ରୋତ୍ସାହନ ସ୍ବରୂପ କେନ୍ଦ୍ରୀୟ ଅର୍ଥ ରାଶିର ଚେକ ପ୍ରଦାନ କରିଥିଲେ । ସେହିଭଳି ୧୬ ଜଣ ନୂତନ ହିତାଧିକାରୀଙ୍କୁ ରାସନକାର୍ଡ ବଣ୍ଟନ କରାଯାଇଥିଲା । ସେହିଭଳି ଜଳବନ୍ଦୀ ଅଞ୍ଚଳରେ ରହୁଥିବା ଲୋକଙ୍କୁ ଲାଇଭ ଜାକେଟ ଓ ଟ୍ୟୁବ ପ୍ରଦାନ କରାଯାଇଥିଲା।ବ୍ଲକ ଆବାସ ଯୋଜନା ସଂଯୋଜକ ରାଜେନ୍ଦ୍ର ପ୍ରସାଦ ଦେବ ମଞ୍ଚ ପରିଚଳନା କରିଥିବା ବେଳେ ସମସ୍ତ ଅଧିକାରୀ ଓ କର୍ମଚାରୀ ସହଯୋଗ କରିଥିଲେ।