୮୨ତମ. ନୂଆପଡା ରାମଲୀଳା ଉଦଯାପିତ

ସଇଁତଲା/କ୍ରାନ୍ତିକ୍ଷେତ୍ର ନ୍ୟୁଜ୍(ଗୋକୁଳାନନ୍ଦ ବଗର୍ତ୍ତି) : ଗୁଡଭେଳା ବ୍ଲକ ଅନ୍ତର୍ଗତ ନୂଆପଡା ଗ୍ରାମରେ ୮୨ ତମ ରାମଲୀଳା ନାଟକ ସଭାପତି ହେମନ୍ତ ଧରୁଆ, ସମ୍ପାଦକ ହୃଷିକେଶ ମେହେର ଓ ଅନ୍ୟାନ୍ୟ ସଭ୍ୟଙ୍କ ସହଯୋଗରେ ମହାସମାରୋହରେ ପାଳିତ ହୋଇଯାଇଛି। ଚଳିତ ବର୍ଷ, ରାମ-ନୟନ ପ୍ରଧାନ, ଲକ୍ଷ୍ମଣ -କିଷାନ ପ୍ରଧାନ, ସୀତା -ସତ୍ୟବାନ କୁଆଁର, ହନୁମାନ -ପ୍ରଦ୍ୟୁମ୍ନ କୁଅଁର, ରାବଣ -ସୁଦାମ ମଲ୍ଲିକ ଭୂମିକାରେ ଅଭିନୟ କରି ଦର୍ଶକ ମାନଙ୍କୁ ମନୋରଞ୍ଜନ କରିଥିଲେ। ତାଣ୍ଡିଗାଁର ବ୍ରଜରାଜ ସାହୁ ସୀତାଙ୍କୁ କନ୍ୟାରୂପେ ବରଣ କରିଥିଲେ। ନୂଆପଡାରୁ ତାଣ୍ଡିଗାଁ କୁ ଶ୍ରୀରାମ ଙ୍କ ବରାତି ଯାଇଥିଲେ!ପ୍ରତେକ ଦିନ ରାମଲୀଳା ନାଟକ ସମାପ୍ତି ପରେ ଦର୍ଶକ ଓ ଭକ୍ତ ମାନଙ୍କ ପାଇଁ ଅନ୍ନ ପ୍ରସାଦର ବ୍ୟବସ୍ଥା କରାଯାଇଥିଲା। ପ୍ରକାଶ ଥାଉ କି ପ୍ରାକ ସ୍ୱାଧୀନତା ପୂର୍ବରୁ ୧୯୪୩ ମସିହାରେ ନୂଆପଡା ଗାଁରେ ଶ୍ରୀରାମ ନବମୀ ପାଳନ କରି ପୂଜା ଅର୍ଚ୍ଚନା କରାଯାଇଥିଲା। ତା’ ପରବର୍ଷ ୧୯୪୪ ମସିହାରେ ପ୍ରଥମ ଥର ପାଇଁ ରାମଲୀଳା ନାଟକ ପରିବେଷଣ ଖୋଲାମଞ୍ଚ ପରିବେଷଣ କରାଯାଇଥିଲା। ଏହି ରାମଲୀଳା ନାଟକ ସ୍ବର୍ଗତ ନରସିଂହ ମେହେର, ଶିବପ୍ରସାଦ ମେହେର, ହରିହର ପ୍ରଧାନ ସହ ଅନ୍ୟ ସଭ୍ୟ ମାନଙ୍କ ସହଯୋଗରେ ଆରମ୍ଭ ହୋଇଥିଲା। ରାମ ଭୂମିକାରେ ସ୍ବର୍ଗତ ଚନ୍ଦ୍ରଶେଖର ମେହେର, ସୀତା ଭୂମିକାରେ କୁମରମଣୀ ମେହେର, ଲକ୍ଷ୍ମଣ ଭୂମିକାରେ ଲଳିତନ ସାହୁ ଓ ହନୁମାନ ଭୂମିକାରେ ଚନ୍ଦ୍ରମଣି ପ୍ରଧାନ ଅଭିନୟ କରିଥିଲେ। ସ୍ବର୍ଗତ ନରସିଂହ ମେହେର ଭଗବାନ ରାମଙ୍କ ପାଖରେ ପୁତ୍ର କାମନା କରିଥିଲେ। ପୁତ୍ର ପ୍ରାପ୍ତି ପରେ ରାମ ଲକ୍ଷ୍ମଣ ଙ୍କ ପାଇଁ ରୁପାର ଧନୁସର ଓ ସୀତାଙ୍କ ପାଇଁ ରୁପାମୁକୁଟ ଦାନ, କରିଥିଲେ। ୧୯୭୩ମସିହାରେ ସ୍ୱଗତ ପୂର୍ଣଚନ୍ଦ୍ର ମେହେର ରାମମନ୍ଦିର ପାଇଁ ଶିଳାନ୍ୟାସ କରି ଶୁଭ ଦେଇଥିଲେ। ୧୯୭୪ ମସିହାରେ ସ୍ବର୍ଗତ କୁମରମଣୀ ମେହେର ମନ୍ଦିର ନିର୍ମାଣ କରେଇ ପ୍ରତିଷ୍ଠା ଉତ୍ସଵ କରେଇଥିଲେ।