ସଇଁତଲା/କ୍ରାନ୍ତିକ୍ଷେତ୍ର ନ୍ୟୁଜ୍(ଗୋକୁଳାନନ୍ଦ ବଗର୍ତ୍ତି) : ସଇଁତଲା ଅଞ୍ଚଳ ରେ ପ୍ରଚଣ୍ଡ ଗ୍ରୀଷ୍ମପ୍ରବାହ କୁ ଦୃଷ୍ଟିରଖି ଆଜି ସଇଁତଲା ନବୀନ ଛକ ଠାରେ ଡେଙ୍ଗଖ୍ରୀଷ୍ଟିୟ ମଣ୍ଡଳୀ ର ଉଦଯୋଗ ସମିତି ଦ୍ବାରା ଲେମ୍ବୁ ପାଣି ବଣ୍ଟନ କରାଯାଇଥିଲା ।ଆଜିକାର ଏହି ଥଣ୍ଡା ଲେମ୍ବୁପାଣି ବଣ୍ଟନ କାର୍ଯ୍ୟକୁ ଆଇନଜିବି ମହଲ ରେ ବେଶ ପ୍ରସଂସା କରାଯାଇଥିବାବେଳେ ସଇଁତଲା ବ୍ଲକ ଉପାଧ୍ୟକ୍ଷ ଶ୍ରୀଯୁକ୍ତ ଗୁଣସାଗର ମାଝି ଡେଙ୍ଗ ଉଦଯୋଗ ସମିତିର ଏହି କାର୍ଯ୍ୟକୁ ପ୍ରଶଂସା କରିଥିଲେ ।ଠିକ ସେହିପରି ଡେଙ୍ଗ ସମିତି ସଭ୍ୟ ଶ୍ରୀ ସିମ୍ରନ ସିଂ ଭୋଇ ଧନ୍ୟବାଦ ସହ ପ୍ରସଂସା କରିଥିଲେ।ଏଥିରେ ସଭାପତି ହେସେନ ସାଗର,ଉପସଭାପତି ଏସବି ଇମରସନ, ସମ୍ପାଦକ ଏସ ବି ଇଟଶନ,ଯୁଗ୍ମ ସମ୍ପାଦକ କୁମୁଦ ରଞ୍ଜନ ନାଗ,ପଦାଧିକାରୀ ଶେଖର ସାଗର, ସମିତି ସଭ୍ୟ ସୌରଭ ଦଳେଇ, ମାଖିରଦାସ ସାଗର,ଆଶିଷ ସୁନା,ରୋଷନ ସାଗର ସହଯୋଗ କରିଥିଲେ।