ଜୁନାଗଡ଼/କ୍ରାନ୍ତିକ୍ଷେତ୍ର ନ୍ୟୁଜ୍(ଆଦିତ୍ୟ ମହାନ୍ତି) : ତାଲୁକ ଆଇନ ସେବା ପ୍ରାଧିକରଣ ଆନୁକୂଲ୍ୟ ରେ ଆଜି ଜୁନାଗଡ଼ ହାଇସ୍କୁଲ ପରିସରରେ କର୍ମ କ୍ଷେତ୍ରରେ ମହିଳା କର୍ମଚାରୀ ଙ୍କ ଉପରେ ଯୌନ ଉତ୍ପୀଡ଼ନ ଓ ତାର ପ୍ରତିକାର ତଥା ଆଇନ ସହାୟତା ସଚେତନତା ସଭା ଅନୁଷ୍ଠିତ ହୋଇଯାଇଛି। ଉକ୍ତ ସଭାରେ ଜୁନାଗଡ଼ ଆଇନ ସେବା ପ୍ରାଧିକରଣ ର ଅଧ୍ୟକ୍ଷ ସିଭିଲ ଜଜ ଶ୍ରୀମାନ ଦିପେନ୍ଦ୍ର ସିଂ ରାଠୋର ସଭାପତିତ୍ୱ କରିଥିବା ବେଳେ ମୁଖ୍ୟ ବକ୍ତା ଭାବେ ବରିଷ୍ଠ ଓକିଲ ଅଶୋକ କୁମାର ପାତ୍ର ଯୋଗଦାନ କରିଥିଲେ। ସମ୍ମାନିତ ଅତିଥି ଭାବେ ଜୁନାଗଡ଼ ବିଇଓ ତପନ ମାଝୀ, ସରକାରୀ ଓକିଲ ଦିଗାମ୍ବର ନାଏକ, ଅଶୋକ ନାୟକ,ସବ ଇନିସ୍ପେକଟର ସୁମନ ଖାଲକୋ, ଯୋଗଦାନ କରିଥିଲେ। କର୍ମ କ୍ଷେତ୍ରରେ ମହିଳା କର୍ମଚାରୀ ଙ୍କ ଉପରେ ଯୌନ ଉତ୍ପୀଡ଼ନ ଓ ତାର ପ୍ରତିକାର ତଥା ଆଇନ ସହାୟତା ଉପରେ ସଭାର ସଭାପତି ସିଭିଲ ଜଜ ଶ୍ରୀମାନ ଦିପେନ୍ଦ୍ର ସିଂ ରାଠୋର ଓ ମୁଖ୍ୟ ବକ୍ତା ଶ୍ରୀ ପାତ୍ର ସୂଚନା ଦେଇଥିଲେ। ଏହି ସଚେତନତା ସଭା କୁ ସରକାରୀ ଓକିଲ ଶ୍ରୀ ଦିଗାମ୍ବର ନାଏକ ପରିଚାଳନା କରିଥିଲେ। ଏଥିରେ ବିଭିନ୍ନ ଶିକ୍ଷାନୁଷ୍ଠାନ ର ଶିକ୍ଷୟତ୍ରୀ ଓ ଶିକ୍ଷକ ଅଂଶଗ୍ରହଣ କରିଥିଲେ। ବରିଷ୍ଠ କିରାଣୀ ଜଗନ୍ନାଥ ଗଉଡ଼ ଓ କୁମାରୀ ସସ୍ମିତା କାର୍ଯ୍ୟକ୍ରମ ପରିଚାଳନା ରେ ସହାୟତା କରିଥିଲେ। ଓକିଲ ମାନଙ୍କ ମଧ୍ୟରେ ଅଶୋକ ପଣ୍ଡା, ଧନେଶ୍ୱର ନାଏକ, ମିଳାପ ଜୈନ, କାମାକ୍ଷ ବାଗ, ଚିନ୍ମୟ ମେହେର ପ୍ରମୁଖ ଯୋଗଦାନ କରିଥିଲେ।