ଚନ୍ଦନ ଯାତ୍ରା ପ୍ରସ୍ତୁତି ବୈଠକ

ଶ୍ରୀରାମ ନବମୀ ମହୋତ୍ସବ ଆୟ ବ୍ୟୟ ଆଲୋଚନା

ଧର୍ମଗଡ଼/କ୍ରାନ୍ତିକ୍ଷେତ୍ର ନ୍ୟୁଜ୍,(ସୁବାସ ବାଗ) : କୋକସରା ବ୍ଲକ ଡୁର୍କାଠେଙ୍ଗା ମଣ୍ଡି ଠାରେ ଗୁଡ଼ହାଣ୍ଡି ଡୋକରୀ ଚଞ୍ଚରା କମିଟି ର ବୈଠକ ଅନୁଷ୍ଠିତ ହୋଇ ଯାଇଛି।କମିଟି ସଭାପତି ଡମ୍ବରୁ ଧର ମାଝୀ ଙ୍କ ସଭାପତିତ୍ୱ ରେ ବୈଠକ ଅନୁଷ୍ଠିତ ହୋଇଥିବା ବେଳେ ଗତ ରାମ ନବମୀ ମହୋତ୍ସବ ରେ ଅନୁଷ୍ଠିତ କାର୍ଯ୍ୟକ୍ରମ ଉପରେ ଆଲୋଚନା କରାଯାଇଥିଲା।ଏଥିରେ ମହୋତ୍ସବ ରେ ହୋଇଥିବା ଆୟବ୍ୟୟ ସମନ୍ଧେୟ ଉପରେ ଆଲୋଚନା କରାଯାଇ ସର୍ବ ସାଧାରଣ ଙ୍କ ଉପସ୍ଥିତି ରେ ବିବରଣୀ ରଖାଗଲା। ମୋଟ ୭ଲକ୍ଷ୨୨ହଜାର ୨୫୦ଟଙ୍କା ଆୟ ହୋଇଥିବା ବେଳେ ମୋଟ ୬ଲକ୍ଷ ୭୫ହଜାର ଟଙ୍କା ଖର୍ଚ୍ଚ ହୋଇଥିବା ବୈଠକ ରେ କୋଷାଧ୍ୟକ୍ଷ କ୍ଷମାଶୀଳ କାଣ୍ଡ ଉପସ୍ଥାପନ କରିଥିଲେ। ଏହି ବୈଠକରେ ଆଗାମୀ ମେ ୧୨ତାରିଖ ଦିନ ଅନୁଷ୍ଠିତ ହେବା କୁ ଥିବା ଚନ୍ଦନ ଯାତ୍ରା ଉପରେ ଆଲୋଚନା ହୋଇଥିଲା।ଵିଶେଷ ଭାବେ ଦର୍ଶକ ଓ ଭକ୍ତଙ୍କ ସମାଗମନକୁ ଦୃଷ୍ଟି ରେ ରଖି କମିଟି ବିଭିନ୍ନ ଦିଗ ଉପରେ ଆଲୋପାତ କରିଥିଲେ। ଗ୍ରୀଷ୍ମପ୍ରବାହ କୁ ନଜର ରଖି ବିଶୁଦ୍ଧ ପାନୀୟ ଜଳ ଯୋଗାଣ ରେ କୌଣସି ଅବ୍ୟସ୍ଥା ନ ହେଉ ସେଥିପ୍ରତି ଧ୍ୟାନ ଦେବାକୁ ସଦସ୍ୟ ମାନେ ମତ ରଖିଥିଲେ ।ବୈଠକରେ ସମ୍ପାଦକ ମଣି ରାମ ବାଣୁଆ ବରିଷ୍ଠ ସଦସ୍ୟ ବନମାଳୀ ମାଝୀ, କ୍ଷମାଶୀଳ କାଣ୍ଡ, ବନମାଳୀ ମାଝୀ, ଦିଗାମ୍ବର ନାଗ, ଦିଲ୍ଲୀପ ନାଏକ, ରଘୁନାଥ ଖମାରି, ଦୁର୍ଜନ ପୁଝାରି ନରସିଂହ ମାଝୀ, ଦେବସିଂ ନାଗ ଉପସ୍ଥିତ ଥିବାବେଳେ ନିରନ କନ୍ଧ, ପଦ୍ମନ ଚଳାନ, ବନ ମାଝୀ, ନବେ ମାଝୀ, ଖଗେଶ୍ୱର ପାଣିଗ୍ରାହୀ, ଶିବରାମ ବାଣୁଆ, ଦୈତାରି ଶବର, କୁରୁନ କନ୍ଧ, ରାମଦାସ କନ୍ଧ, ତାରାଚାନ୍ଦ କଦୁଆ, ପଡୁଲୋଚନ ନାଏକ ତ୍ରିନାଥ ପୁଝାରି ପ୍ରମୁଖ ସହଯୋଗ କରିଥିଲେ। ଡୁର୍କାଠେଙ୍ଗା ପଞ୍ଚାୟତ ବିଭିନ୍ନ ଗ୍ରାମର ଜନସାଧାରଣ ସକ୍ରିୟ ଭାବେ ଅଂଶ ଗ୍ରହଣ କରିଥିଲେ।ବୈଠକରେ ହଜାର ହଜାର ମହିଳା ଙ୍କ ଉପସ୍ଥିତି ନଜର କୁ ଆସିଥିଲା।