ଗୋଲାମୁଣ୍ଡା/କ୍ରାନ୍ତିକ୍ଷେତ୍ର ନ୍ୟୁଜ୍, (ଅଶ୍ୱିନ ମଲ୍ଲିକ) : ବଙ୍କା ସମାଜ ବୁଢ଼ୀପଦର ଅଂଚଳର କୋଲିଗାଁ ର ପୂର୍ବତନ ସମ୍ପାଦକ ସ୍ବର୍ଗତ ପ୍ରେମାନନ୍ଦ ପୁଝାରିଙ୍କ ଅମର ଆତ୍ମାର ସଦଗତି ନିମନ୍ତେ କଳାହାଣ୍ଡି ବଙ୍କା ସମାଜ ଓ ବୁଢ଼ୀପଦର ଅଂଚଳର ସମସ୍ତ ଗ୍ରାମ୍ୟ କମିଟି ତଥା ଗୋଷ୍ଠୀକମିଟିର କର୍ମକର୍ତ୍ତାଙ୍କ ମିଳିତ ଆନୁକୂଲ୍ୟରେ କଳାହାଣ୍ଡି ବଙ୍କା ସମାଜ ଭବନ କୋଲିଗାଁ ପ୍ରାଙ୍ଗଣରେ ଶୋକସଭା ପାଳିତ ହୋଇ ଯାଇଛି। ଶ୍ରୀ ପୂଝରୀ ବଙ୍କା ସମାଜର ସର୍ବାଙ୍ଗୀନ ବିକାଶ ନିମନ୍ତେ ସର୍ବଦା ଚେଷ୍ଟା କରୁଥିଲେ। ଜିଲ୍ଲା କମିଟିର ପରାମର୍ଶ କ୍ରମେ ସମସ୍ତ ନିୟମାବଳୀ ତଥା କାର୍ଯ୍ୟକ୍ରମ ଗୁଡିକୁ ତ୍ୱରାନ୍ୱିତ କରୁଥିଲେ ଜଣେ ସମାଜ ପ୍ରେମୀ ଙ୍କର ବିୟୋଗ ରେ ସମଗ୍ର ବଙ୍କା ସମାଜ ଝୁରି ହେଉଛନ୍ତି। ଉକ୍ତ ଶୋକ ସଭାରେ ଜ଼ିଲ୍ଲା ସଭାପତି ଶ୍ରୀ ବିମ୍ବାଧର ପ୍ରଧାନୀ, ଉପ ସଭାପତି ଶ୍ରୀ ବାମଦେବ ପୁଝାରି, ସମ୍ପାଦକ ଯାମିନୀକାନ୍ତ ଲେଞ୍ଜିଆ, ବୁଢ଼ୀପଦର ଅଂଚଳ ସଭାପତି ଗୋପୀନାଥ ପାଣ୍ଡେ, ସମ୍ପାଦକ ଶ୍ରୀ ବୈଦ୍ୟନାଥ ମାଝୀ, ସମସ୍ତ ଗୋଷ୍ଠୀ କର୍ମକର୍ତ୍ତା, ସମାଜସେବୀ ଉପସ୍ଥିତ ଥିଲେ।