ଓକିଲ ସଂଘ ପକ୍ଷରୁ ୧୭୭ ତମ ମଧୁସୂଦନ ଜୟନ୍ତୀ ପାଳନ

ମ.ରାମପୁର/କ୍ରାନ୍ତିକ୍ଷେତ୍ର ନ୍ୟୁଜ୍(ଉଦ୍ଧବ ପଣ୍ଡା) : କଳାହାଣ୍ଡି ଜିଲ୍ଲା ମ. ରାମପୁର ଓକିଲ ସଂଘ ପକ୍ଷରୁ ଆଜି ଓକିଲ ସଂଘ କାର୍ଯ୍ୟାଳୟ ପରିସରରେ ସଂଘ ର ସଭାପତି ଜୟ କୁମାର ସିଂହ ଦେଓ ଙ୍କ ନେତୃତ୍ବରେ ୧୭୭ ତମ ମଧୁସୂଦନ ଦାସଙ୍କ ଜନ୍ମ ଜୟନ୍ତୀ ପାଳନ ହୋଇଯାଇଛି। ପ୍ରଥମେ ମଧୁ ବାବୁଙ୍କ ଫଟୋ ଚିତ୍ର ରେ ପ୍ରଦୀପ ପ୍ରଜ୍ବଳନ ପୂର୍ବକ ପୁଷ୍ପମାଲ୍ୟ ଅର୍ପଣ ପରେ ଶ୍ରୀ ଯୁକ୍ତ ସିଂହ ଦେଓ ଙ୍କ ଅଧ୍ୟକ୍ଷତାରେ ଏକ ସ୍ମୃତି ସଭା ଅନୁଷ୍ଠିତ ହୋଇଥିଲା। ଏଥିରେ ଉପସଭାପତି ଜତିନ କୁମାର ସାହୁ ସଂଘ ସମ୍ପାଦକ ସପନ୍ କୁମାର ପଟ୍ଟନାୟକ, ସହ ସମ୍ପାଦକ ଦୁର୍ଗା ପ୍ରସାଦ ମିଶ୍ର, କୋଷାଧ୍ୟକ୍ଷ ଆସିସ କୁମାର ମିଶ୍ର, ବରିଷ୍ଠ ଆଇନଜୀବି ସତ୍ୟ ଜିତ ଚାଟାର୍ଜୀ, ବିରଞ୍ଚି ନାରାୟଣ ସତପଥି, ଅଶ୍ବିନୀ କୁମାର ପଣ୍ଡା, ସତ୍ୟ ନାରାୟଣ ସାହୁ,ରାକେଶ କୁମାର ଶତପଥୀ, ମଳୟ କୁମାର ତ୍ରିପାଠୀ, ପ୍ରମୁଖ ଯୋଗଦେଇ ମଧୁବାବୁଙ୍କ ଜୀବନୀର ସୃତି ଚାରଣ କରିଥିବାବେଳେ ସମ୍ପାଦକ ପଟ୍ଟନାୟକ ଉପସ୍ଥିତ ସମସ୍ତ ଆଇନଜୀବୀ ମାନଙ୍କୁ ଧନ୍ୟବାଦ ଅର୍ପଣ କରିଥିଲେ । ସଭାପତି ସିଂଦେଓ ସଭାସାଙ୍ଗ କରିଥିଲେ।