କଳସ ଯାତ୍ରା ସହ ଆରମ୍ଭ ହେଲା ରତ୍ନମୁଦ ଉତ୍ସବ

ଭବାନୀପାଟଣା/କ୍ରାନ୍ତିକ୍ଷେତ୍ର ନ୍ୟୁଜ୍(ପ୍ରଦିପ ପଣ୍ଡା) : ତିନୋଟି ମନ୍ଦିରର ରତ୍ନମୁଦ ଉତ୍ସବ ପାଇଁ ସୋମବାର ଶୁଭାରମ୍ଭ ହୋଇସାରିଛି। କଳାହାଣ୍ଡି ଜିଲ୍ଲା ଥୁଆମୂଳ ରାମପୁର ବ୍ଲକ ସଦର ମହକୁମା ସ୍ଥିତ ସ୍ଥାନୀୟ ମାଁ ମାଣିକେଶ୍ବରୀ, ଶ୍ରୀ ଜଗନ୍ନାଥ ଏବଂ ରାମେଶ୍ୱର ମହାଦେବଙ୍କ ପ୍ରମୁଖ ତିନି ନୂତନ ମନ୍ଦିର ସମେତ ଅଷ୍ଟ ପ୍ରହରୀ ନାମଯଜ୍ଞର ପ୍ରମୁଖ ୪ ଯଜ୍ଞ ସ୍ଥଳୀରେ ଏଥିପାଇଁ ୧୦୮ ଲେଖାଏଁ ଜଳଧାରଣର ପୁର୍ଣ୍ଣ କଳସ ସ୍ଥାପନ ହୋଇସାରିଛି।

ସୋମବାର କୁମାରୀ କନ୍ୟାଙ୍କ ସହ ସ୍ଥାନୀୟ ମହିଳା ମାନେ ସ୍ଥାନୀୟ ତହସିଲ ନିକଟ ଚିରକେଲ୍ ନାଳରୁ କଳସରେ ଜଳଧାରଣ ପୁର୍ବକ ଉକ୍ତ ସ୍ଥାନରେ ରୀତିନୀତି ମୁତାବକ ଯଜ୍ଞ ପ୍ରତିଷ୍ଠାନର କର୍ତ୍ତା ଯୁଗଳଙ୍କ ଉପସ୍ଥିତିରେ ପୂଜାର୍ଚ୍ଚନା ପରେ ଦୁଇ କିଲୋମିଟର ଦୂରର କଳସ ଯାତ୍ରା ଅନୁଷ୍ଠିତ ହୋଇଥିଲା।ଅଞ୍ଚଳରେ ଏକ ଭବ୍ୟ ତଥା ଭକ୍ତି ମୟ ପରିବେଶ ସୃଷ୍ଟି ହୋଇଥିବା ଦେଖିବାକୁ ମିଳିଥିଲା। ପରେ ନିର୍ଦ୍ଦିଷ୍ଟ ଯଜ୍ଞ ପ୍ରତିଷ୍ଠାନ ଠାରେ କଳସ ସ୍ଥାପନ ସହ ପୂଜାର୍ଚ୍ଚନା ଆରମ୍ଭ ହୋଇଛି।ଯାହା ବୁଧବାର ରତ୍ନମୁଦ ଉତ୍ସବ ପରେ ସମ୍ପୁର୍ଣ୍ଣ ହେବ।ଏହି କଳସ ଯାତ୍ରାରେ ଲାଞ୍ଜିଗଡ ବିଧାୟକ ପ୍ରଦୀପ କୁମାର ଦିଶାରୀ ଏବଂ ପୁର୍ବତନ ସାଂସଦ ଅର୍କ କେଶରୀ ଦେଓ ଯୋଗ ଦେଇଥିବା ବେଳେ ବିଭିନ୍ନ ମନ୍ଦିରର ପୂଜକ କର୍ମକର୍ତ୍ତା ତଥା କମିଟିର ସଦସ୍ୟ ଉପସ୍ଥିତ ରହି ପୁର୍ଣ୍ଣ ସହଯୋଗ କରିଥିଲେ।