ଜୁନାଗଡ଼/କ୍ରାନ୍ତିକ୍ଷେତ୍ର ନ୍ୟୁଜ୍ (ଆଦିତ୍ୟ ମହାନ୍ତି) : ଜୁନାଗଡ଼ ଜେଏମଏଫ ସି କୋର୍ଟ ପରିସର ମଧ୍ୟରେ ଓକିଲ ସଂଘ ପକ୍ଷରୁ ମଧୁବାବୁ ଜୟନ୍ତୀ ତଥା ଆଇନଜୀବୀ ଦିବସ ପାଳିତ ହୋଇଯାଇଛି।ଏହି ଅବସରରେ ସଂଘର ସଭାପତି ବାଳକୃଷ୍ଣ ଆଚାରି ଙ୍କ ସଭାପତିତ୍ୱରେ ଅନୁଷ୍ଠିତ ଏହି କାର୍ଯ୍ୟକ୍ରମ ରେ ସମ୍ପାଦକ ହିମାଂଶୁ ଶେଖର ବରାଡ଼ ଉପସଭାପତି ଦିଗାମ୍ବର ନାଏକ, ବରିଷ୍ଠ କାର୍ଯ୍ୟକାରୀ ସଦସ୍ୟ ବୃନ୍ଦ ମଦନମୋହନ ସାହୁ,ସୁରେଶ ଚନ୍ଦ୍ର ପଣ୍ଡା, କୈଳାସ ଚୌଧୁରୀ,ଅଶୋକ କୁମାର ପାତ୍ର, ବିଶ୍ୱନାଥ କର ପ୍ରମୁଖ ଉପସ୍ଥିତ ରହି ମଧୁବାବୁଙ୍କ ଜୀବନୀ ଉପରେ ଆଲୋକପାତ କରିଥିଲେ।ସେହିପରି ଏହିସଭାରେ ଅନନ୍ତ ନାରାୟଣ ବେହେରା, ରମେଶ ଚନ୍ଦ୍ର ନାଏକ, ଧନେଶ୍ୱର ନାଏକ, ଶିଶିର ପଟ୍ଟନାୟକ, ଅଶୋକ ପଣ୍ଡା, ଜୟଦେବ ସୁନାନୀ, ମିଳାପ ଚାନ୍ଦଜୈନ ପ୍ରମୁଖ ସଦସ୍ୟ ଉପସ୍ଥିତ ରହି ମଧୁବାବୁଙ୍କ ଶୃତି ଚାରଣ କରିଥିଲେ।