ଧର୍ମଗଡ/କ୍ରାନ୍ତିକ୍ଷେତ୍ର ନ୍ୟୁଜ୍,(ସୁବାଷ ବାଗ) : ଧର୍ମଗଡ ଥାନା ପକ୍ଷରୁ ପର୍ଲା ଗ୍ରାମ ପଞ୍ଚାୟତ ପରିସର ରେ ନୂତନ ଆଇନ ସଚେତନତା ଶିବିର ଅନୁଷ୍ଠିତ ହୋଇଯାଇଛି।ଥାନା ଭାରପ୍ରାପ୍ତ ଅଧିକାରୀ ପ୍ରଶାନ୍ତ କୁମାର କୋଲାହରସ ଙ୍କ ଅଧ୍ୟକ୍ଷତାରେ କାର୍ଯ୍ୟକ୍ରମ ଅନୁଷ୍ଠିତ ହୋଇଯାଇଛି। ଏହି ଶିବିର ରେ ଏ ଆଇ ସି ସନ୍ତୋଷ କୁମାର ସେଠୀ,ସନ୍ତୋଷ ଶିରକା ନୂତନ ଆଇନ ସଂଗତ ବିବରଣୀ ଜନସାଧାରଣଙ୍କୁ ବୁଝାଇ ସଚେତନତା ସୃଷ୍ଟି କରିଥିଲେ।ଥାନା ଅଧିକାରୀ କୋଲାହରସ ସାଧାରଣଙ୍କୁ ଭାରତୀୟ ଆଇନ ସଂଗତ ଓ ନୂତନ ଆଇନ ଉପରେ ସ୍ପଷ୍ଟ ବୁଝାଇବା ସହ ପୋଲିସ ସହ ସମାନତା ରଖିବାକୁ ଜନସାଧାରଣଙ୍କୁ ଆହ୍ୱାନ କରିଥିଲେ। କାର୍ଯ୍ୟକ୍ରମରେ ଗ୍ରାମ ପଞ୍ଚାୟତ ସରପଞ୍ଚ ବ୍ରିଜଲାଲ ନାଏକ ସମେତ ହାବିଲଦାର ସୁରେଶ ଭତ୍ରା କନିଷ୍ଠବଳ ପୁଷ୍ପା ସାହୁ, ଯସ୍ମୀନ ଜାଲ, ସୁଧାଂଶୁ କୁମ୍ଭାର ଉପସ୍ଥିତ ରହିଥିଲେ। ଏହି ଆଇନ ସଚେତନତା ଶିବିରରେ ଗ୍ରାମର ବୁଦ୍ଧିଜୀବୀ ହୃଷିକେଶ ସାହୁ, ବିବତ୍ସ ଦାସ, ଳଛମନ ଗୋପାଳ, ଖଞ୍ଜିବ ଗୋପାଳ, ଅରୁଣ କୁମାର ଜାଲ, ଗୌରୀ ଗୋପାଳ କୁଳମଣି ଗୋପାଳ, ଲଛମନ ନାଏକ ପ୍ରମୁଖ ଅଂଶ ଗ୍ରହଣ କରିଥିଲେ।