ଆତଙ୍କବାଦୀ ଆକ୍ରମଣରେ ମୃତକଙ୍କ ପ୍ରତି ଶ୍ରଦ୍ଧାଞ୍ଜଳି

ମଦନପୁର ରାମପୁର/କ୍ରାନ୍ତିକ୍ଷେତ୍ର ନ୍ୟୁଜ୍ (ଉଦ୍ଧବ ପଣ୍ଡା) : ମଦନପୁର ରାମପୁର ଠାରେ ରାଷ୍ଟ୍ରୀୟ ସ୍ୱୟଂ ସେବକ ସଂଘ କଳାହାଣ୍ଡି ବିଭାଗ ପ୍ରଚାରକ ଶ୍ରୀ ଚକ୍ରଧର ରାଓ ଙ୍କ ନେତୃତ୍ୱରେ କାଶ୍ମୀର ର ପହଲଗାଁଓ ରେ ହିନ୍ଦୁ ମାନଙ୍କ ଉପରେ ହୋଇଥିବା ଆତଙ୍କବାଦୀ ଆକ୍ରମଣରେ ମୃତ ସମସ୍ତ ଭାରତୀୟ ନାଗରିକଙ୍କ ପାଇଁ ଭକ୍ତିପୂତ ଶ୍ରଦ୍ଧାଞ୍ଜଳି ଅର୍ପଣ ଓ ପ୍ରତିବାଦ କରି ସମଗ୍ର ହିନ୍ଦୁ ଜାଗରଣ ମଞ୍ଚ ଶୋଭାଯାତ୍ରା କରାଯାଇଛି। ଏହି ଶୋଭାଯାତ୍ରା ମ. ରାମପୁର ଚାରି ଛକ ଠାରୁ ବ୍ଲକ ଛକ ପର୍ଯ୍ୟନ୍ତ ହୋଇଥିଲା। ଶୋଭାଯାତ୍ରା ରେ ଆତଙ୍କବାଦୀଙ୍କ ବିରୁଦ୍ଧରେ ବିଭିନ୍ନ ସ୍ଲୋଗାନ ଦେଇଥିଲେ ଓ ଆତଙ୍କବାଦୀଙ୍କୁ ସମର୍ଥନ କରୁଥିବା ପାକିସ୍ତାନ କୁ ମଧ୍ୟ କଡା ସମାଲୋଚନା କରିଥିଲେ। ହିନ୍ଦୁ ମାନଙ୍କୁ ନିଜ ଧର୍ମ ବିଷୟରେ ପଚାରି ଗୋଡ଼ାଇ ଗୋଡ଼ାଇ ହତ୍ୟା କଲେ ତାହା ଅତ୍ୟନ୍ତ ନିନ୍ଦନୀୟ ଓ ଏଭଳି ବର୍ବର କାଣ୍ଡ ଭାରତ ବର୍ଷରେ କେବେ ହୋଇନ ଥିଲା। ତେଣୁ ଭାରତ ବର୍ଷ ଭଳି ଏକ ଶାନ୍ତି ପ୍ରିୟ ଦେଶରେ ଅଶାନ୍ତି ସୃଷ୍ଟି କରୁଥିବା ପାକିସ୍ତାନ ଓ ଆତଙ୍କବାଦୀ ଙ୍କ ବିରୋଧରେ ଦୃଢ଼ କାର୍ଯ୍ୟାନୁଷ୍ଠାନ ନେବାକୁ ରାଷ୍ଟ୍ରୀୟ ସ୍ୱୟଂ ସେବକ ସଂଘ ଦାବି କରିଥିଲେ ଓ ସମସ୍ତ ପର୍ଯ୍ୟଟକ ଙ୍କ ସୁରକ୍ଷାପ୍ରତି ସରକାର ଦୃଷ୍ଟି ଦେବାକୁ ଅନୁରୋଧ କରିଥିଲେ। ଏହି କାର୍ଯ୍ୟକ୍ରମ ରେ ମ. ରାମପୁର ମଣ୍ଡଳ ବିଜେପି ସଭାପତି ଶ୍ରୀ ଯାଜ୍ଞସେନ ପଣ୍ଡା, ମୋହନଗିରି ମଣ୍ଡଳ ବିଜେପି ସଭାପତି ଶ୍ରୀ ସରୋଜ ବେହେରା, ଶ୍ରୀ ପଦ୍ମଲୋଚନ ମିଶ୍ର, ଶ୍ରୀକାନ୍ତ ହୋତା, ଦିବାକର ବାଗ, ବାବୁଲାଲ ଶତପଥୀ, କିଶୋର ଚନ୍ଦ୍ର ତ୍ରିପାଠୀ, ଲାଲବାହାଦୁର ରଣା ସମେତ ସ୍ଥାନୀୟ ସରସ୍ବତୀ ଶିଶୁ ବିଦ୍ୟା ମନ୍ଦିର ର ରାଷ୍ଟ୍ରୀୟ ସ୍ୱୟଂ ସେବକ ସଙ୍ଘ ର ଅନ୍ୟାନ୍ୟ କର୍ମକର୍ତ୍ତା ଯୋଗ ଦେଇଥିଲେ।