ମଦନପୁର ରାମପୁର/କ୍ରାନ୍ତିକ୍ଷେତ୍ର ନ୍ୟୁଜ୍(ଉଦ୍ଧବ ପଣ୍ଡା) : କଳାହାଣ୍ଡି ଜିଲ୍ଲା ମ.ରାମପୁର ବ୍ରାହ୍ମଣ ସମାଜ ପକ୍ଷରୁ ଆଜି ଭଗବାନ ପର୍ଶୁରାମଙ୍କ ଜନ୍ମ ଜୟନ୍ତୀ ପାଳନ ହୋଇଯାଇଛି। ଆଜି ସକାଳ ୯ ଟା ସମୟରେ ପର୍ଶୁରାମ ଙ୍କ ପୂଜା ପାଠ ହୋମ ଯଜ୍ଞ ପଣ୍ଡିତ ତ୍ରୀଲୋଚନ ଦାସ ପୂଜା ଦାୟୀତ୍ବ ତୁଲାଇଥିବା ବେଳେ କର୍ତ୍ତା ଭାବେ ସଭାପତି ଶିବ ପ୍ରସାଦ ସତପଥି କାର୍ଯ୍ୟ ତୁଲାଇଥିବାଵେଳେ ଆଜି ସନ୍ଧ୍ୟା ୬ଟା ସମୟରେ ସ୍ଥାନୀୟ ଚାରିଛକ ଠାରୁ ବ୍ରାହ୍ମଣ ସମାଜର ଶହଶହ ମହିଳା ପୁରୁଷ ବିରାଟ ପଟୁଆରରେ ଶୋଭାଯାତ୍ରା ସମାଜର ସଭାପତି ସତପଥିଙ୍କ ନେତୃତ୍ବରେ ଜଗନ୍ନାଥ ମନ୍ଦିର କୁ ପହଞ୍ଚି ଏକ ସଭା କାର୍ଯ୍ୟ ସଭାପତି ଶ୍ରୀ ସତପଥିଙ୍କ ଅଧ୍ୟକ୍ଷତା ଅନୁଷ୍ଠିତ ହୋଇଥିଲା। ଏଥିରେ ପର୍ଶୁରାମ ଜୟନ୍ତୀ ପାଳନ ଉପରେ ଓ ବ୍ରାହ୍ମଣ ସମାଜ ର କର୍ତ୍ତବ୍ୟ କ’ଣ ସେଉପର ଆଲୋଚନା କରିଥିଲେ।ପରେ ପ୍ରସାଦ ସେବନ କରିଥିଲେ। ଏଥିରେ ଅନ୍ତର୍ଯ୍ୟାମୀ ମିଶ୍ର, ଅମରେଶ ସତପଥି, ଉଦ୍ଧବ ପଣ୍ଡା ସହଯୋଗ କରିଥିଲେ