କୋକସରା/କ୍ରାନ୍ତିକ୍ଷେତ୍ର ନ୍ୟୁଜ୍ : କୋକସରା ବ୍ଲକ ସୁନାମାଲ ଉଚ୍ଚ ପ୍ରାଥମିକ ବିଦ୍ୟାଳୟର ପ୍ରଧାନ ଶିକ୍ଷକ ପୂର୍ଣ୍ଣଚନ୍ଦ୍ର ସାହୁଙ୍କୁ ଅବସର କାଳୀନ ସମ୍ବର୍ଦ୍ଧନା ଦିଆଯାଇଛି। ଉପେନ୍ଦ୍ର କୁମାର ସାହୁ ସଭାପତିତ୍ବରେ ଅନୁଷ୍ଠିତ ଏହି ସଭାରେ କୋକସରା ଗୋଷ୍ଠୀ ଶିକ୍ଷା ଅଧିକାରୀ ମହେଶ କୁମାର ଭାଟି ମୁଖ୍ୟ ଅତିଥି ଭାବେ ଯୋଗଦେଇ ଥିଲେ। ରେଙ୍ଗାଳପାଲି ପ୍ରଧାନ ଶିକ୍ଷକ ଅତୁଲ୍ୟ ପଟ୍ଟନାୟକ ମୁଖ୍ୟବକ୍ତା, ଏବିଇଓ ତୋଫାନ ମାଝୀ, ଶିକ୍ଷକ ସଂଘ ସଭାପତି ଭୁରିଶ୍ରବା ଜାଲ, ଉପ-ସଭାପତି ବୀର କିଶୋର ନାଗ, ସମ୍ପାଦକ ସୁବାଷ ଚନ୍ଦ୍ର ବାଗ, ସିଆରସି ଫାଲଗୁନି ବାଣୁଆ ପ୍ରମୁଖ ସମ୍ମାନିତ ଅତିଥି ଭାବେ ଯୋଗଦେଇଥିଲେ। ଏହି କ୍ରମରେ ବିଦାୟୀ ଶିକ୍ଷକ ଶ୍ରୀସାହୁଙ୍କୁ ଉପଢୌକନ ଓ ମାନପତ୍ର ଦେଇ ଅବସର କାଳୀନ ସମ୍ବର୍ଦ୍ଧନା ପ୍ରଦାନ କରାଯାଇଥିଲା। ଏବଂ ତାଙ୍କର ଅବସର କାଳୀନ ଜୀବନ ସୁସ୍ଥ ଓ ନିରାମୟ ହେଉ ବୋଲି ଜଣାଇଥିଲେ। କାର୍ଯ୍ୟକ୍ରମକୁ ଶିକ୍ଷକ ପ୍ରେମଲାଲ ସାହୁ ଓ ପ୍ରଜ୍ଞା ବିନୋଦିନି ସଂଯୋଜନା କରିଥିଲାବେଳେ ଶିକ୍ଷକ ଉମେଶ ଚନ୍ଦ୍ର ସାହୁ ଧନ୍ୟବାଦ ଅର୍ପଣ କରିଥିଲେ।