କୋକସରା/କ୍ରାନ୍ତିକ୍ଷେତ୍ର ନ୍ୟୁଜ୍: କୋକସରା ବ୍ଲକ କାଶୀବାହାଲ ଆଞ୍ଚଳିକ ଯାଦବ ସମିତିର ନବ ନିର୍ମିତ ଭବନ ପ୍ରତିଷ୍ଠା ଉତ୍ସବ ବୁଧବାର ଅନୁଷ୍ଠିତ ହୋଇଛି। ନବ ନିର୍ମିତ ଯାଦବ ଭବନ ହୋମଯଜ୍ଞ ଓ ଭବନ ଉତ୍ସବରେ ବଳରାମ ଚଣ୍ଡୀ ଓ ତାଙ୍କ ସହଧର୍ମିଣୀ ବନିତା ଚଣ୍ଡୀ ପୂଜକର୍ତ୍ତା ଦାୟିତ୍ୱ ତୁଲାଇଥିଲେ। ସ୍ଥାନୀୟ ସମିତି ସଭ୍ୟ ଗଜାନନ ନିଆଲ ଏହାର ଶୁଭ ଉଦଘାଟନ କରିଥିଲେ। ଏହି କ୍ରମରେ କୋକସରା ବ୍ଲକ ଯାଦବ ସମିତି ସଭାପତି ବିନୋଦ ବିହାରୀ ରାଉତ, ସମ୍ପାଦକ ଅଲେଖ ଗୋପାଳ, ନକୁଳ ଘି, କୀର୍ତ୍ତନ ଚନ୍ଦନ, ପ୍ରେମାନନ୍ଦ ପୁଞ୍ଜି, ଋଷି ତାଣ୍ଡି, ଲୋକନାଥ ଚଣ୍ଡୀ ପ୍ରମୁଖ ଉପସ୍ଥିତ ରହିଥିଲେ। କାର୍ଯ୍ୟକ୍ରମକୁ ତନୁକଲାଲ ନାଗ ପରିଚାଳନା କରିଥିବାବେଳେ କବି କେତକୀ, ରବିଚନ୍ଦ୍ର ଚଣ୍ଡୀ, ପ୍ରେମାନନ୍ଦ ଚଣ୍ଡୀ ସମେତ କାଶୀବାହାଲ ଆଞ୍ଚଳିକ ଯାଦବ ସମିତିର ସମସ୍ତ କର୍ମକର୍ତ୍ତା ସହଯୋଗ କରିଥିଲେ।