ଜାମଖୁଣ୍ଟାରେ ଇଷ୍ଟ ଦେବୀ ଧରଣୀ ପେନୁଙ୍କ ସ୍ଥାପନା

ସଇଁତଲା/କ୍ରାନ୍ତିକ୍ଷେତ୍ର ନ୍ୟୁଜ୍(ଗୋକୁଳା ନନ୍ଦ ବଗର୍ତ୍ତି) : ଜାତିର ଆରାଧ୍ୟା ଦେବୀ ଧରଣୀ ପେନୁ ବା ଯାଡେନ ଦେବୀଙ୍କ “ଧରଣୀ ଖୁଟା” ସ୍ଥାପନା ନେଇ ବଲାଙ୍ଗିର ଜିଲ୍ଲାର ସଇଁତଳା ବ୍ଲକର ଏକ ନିକଟସ୍ଥ ଗ୍ରାମ ଜମାଖୁଣ୍ଟା ରେ ଏକ ଭବ୍ୟ ଉତ୍ସବ ଅନୁଷ୍ଠିତ ହୋଇଯାଇଛି। କନ୍ଧ ଜାତିର ସାଂସ୍କୃତିକ ଓ ଧାର୍ମିକ ପରମ୍ପରାରେ ଧରଣୀ ପେନୁ ମାତୃଶକ୍ତି ଓ ପ୍ରକୃତିର ପ୍ରତୀକ ଭାବେ ପୂଜା ପାଉଛନ୍ତି। ଏହି ଉତ୍ସବରେ ଗ୍ରାମର ଶତାଧିକ କନ୍ଧ ସମ୍ପ୍ରଦାୟର ତଥା ଯାଦବ ସମାଜ ଲୋକେ ଅଂଶଗ୍ରହଣ କରିଥିଲେ। ସ୍ଥାନୀୟ ଯାନୀ , ଗହତିଆ ଓ ପୂଜାରୀ ଗୌର ଯାନୀ ଓ ଗାଁ ମୁଖିଆ ସୂର୍ଯ୍ୟ ନାରାୟଣ ବଗର୍ତ୍ତୀ କନ୍ଧର ନେତୃତ୍ୱରେ ପାରମ୍ପରିକ ଆଚାର ଅନୁଯାୟୀ ଧରଣୀ ପେନୁଙ୍କ “ଧରଣୀ ଖୁଟା” ଗ୍ରାମର ମଧ୍ୟଭାଗରେ ସ୍ଥାପନ କରାଯାଇଥିଲା। ପୂଜା ସମୟରେ ଗ୍ରାମବାସୀମାନେ ବୁକା, କୁକୁଡା, ଫଳ, ଫୁଲ, ମଦ ଅର୍ପଣ କରି ଦେବୀଙ୍କ ଆଶୀର୍ବାଦ ମାଗିଥିଲେ। ଗ୍ରାମର ବରିଷ୍ଠ ସଦସ୍ୟ କବିରାଜ ଠେଲା ଡମନ ମଲିକ ପ୍ରଫୁଲ୍ଲ ସେଲମା ନର ବଗର୍ତ୍ତୀ ଦୁର୍ଭାସା ବଗର୍ତ୍ତି ଗୋପୀନାଥ ଭୋଇ ଯୁଦ୍ଧଷ୍ଟିର ବଗର୍ତ୍ତୀ ଉପେନ୍ଦ୍ର ବଗର୍ତ୍ତୀ ସୁଦର୍ଶନ ବଗର୍ତ୍ତି ଭଗବାନ ସୁନା ପୂଜାରୀ ନିରଞ୍ଜନ ସେଲମା ଶୀଧେ ସ୍ୱର ବଗର୍ତ୍ତୀ ବୀର୍ଜଲାଲା ପରାଭୋଇ ସନତୋଷ କଟା ମାନଗୋବିନ୍ଦ ବଗର୍ତ୍ତି ଓ ସମସ୍ତ ଗ୍ରାମବାସୀ କନ୍ଧ କହିଥିଲେ, “ଧରଣୀ ପେନୁ ଆମର ଜୀବନର ଆଧାର। ସେ ଆମକୁ ଫସଲ, ଜଳ ଓ ସମୃଦ୍ଧି ଦିଅନ୍ତି। ତାଙ୍କ “ଧରଣୀ ଖୁଟା” ସ୍ଥାପନ ଆମ ସମ୍ପ୍ରଦାୟ ପାଇଁ ଏକ ଐତିହାସିକ ମୁହୂର୍ତ୍ତ।” ଗାଁ ରେ ସମସ୍ତ ଦିହାରି ଙ୍କ ଗ୍ରାମ ରେ ପରୀକର୍ମା କରିଥିଲେ ଦୀର୍ଘ ୭୦ ବର୍ଷ ପରେ ନୂତନ ଧରିଣୀ ଖୁଟା ର ନବକଲ ବର କରା ଗଲା ଉତ୍ସବରେ ପାରମ୍ପରିକ କନ୍ଧ ନୃତ୍ୟ ଓ ଗୀତ ପରିବେଷଣ କରାଯାଇଥିଲା, ଯାହା ଦର୍ଶକଙ୍କ ମନ ମୋହିଥିଲା। ସ୍ଥାନୀୟ ପ୍ରଶାସନ ଓ ଗ୍ରାମ ପଞ୍ଚାୟତର ସହଯୋଗରେ ଏହି କାର୍ଯ୍ୟକ୍ରମ ସୁଚାରୁ ରୂପେ ସମ୍ପନ୍ନ ହୋଇଥିଲା। ଏହି ସ୍ଥାପନା କେବଳ ଧାର୍ମିକ ଦୃଷ୍ଟିକୋଣରୁ ନୁହେଁ, ବରଂ କନ୍ଧ ସମ୍ପ୍ରଦାୟର ସାଂସ୍କୃତିକ ଐତିହ୍ୟକୁ ସଂରକ୍ଷଣ ଓ ପ୍ରଚାର କରିବା ଦିଗରେ ମଧ୍ୟ ଏକ ଗୁରୁତ୍ୱପୂର୍ଣ୍ଣ ପଦକ୍ଷେପ ବୋଲି ସ୍ଥାନୀୟ ଅଞ୍ଚଳ ର ବୁଧିଜୀବି ମହଲ ରେ ମତ ଦେଇଛନ୍ତି।