ମଦନପୁର ରାମପୁର/କ୍ରାନ୍ତିକ୍ଷେତ୍ର ନ୍ୟୁଜ୍(ଉଦ୍ଧବ ପଣ୍ଡା) : କଳାହାଣ୍ଡି ଜିଲ୍ଲା ଭବାନୀପାଟଣାର ଜଣେ ସଚୋଟ ନ୍ୟାୟ ବନ୍ତ ବରିଷ୍ଠ ଆଇନଜୀବି ଜଗନ୍ନାଥ ମୁଣ୍ଡଙ୍କ ଦେହାନ୍ତରେ ଆଜି ସ୍ଥାନୀୟ କୋର୍ଟ ପରିସରରେ ଥିବା ଓକିଲ ସଂଘ କାର୍ଯ୍ୟାଳୟରେ ସଂଘ ସଭାପତି ଜୟ କୁମାର ସିଂହ ଦେଓଙ୍କ ଅଧ୍ୟକ୍ଷତାରେ ଆଇନଜୀବୀ ସ୍ବର୍ଗତ ମୁଣ୍ଡ ଙ୍କ ଦେହାନ୍ତ ରେ ଆଜି ଏକ ଶ୍ରଦ୍ଧାଞ୍ଜଳୀ ସଭା ଅନୁଷ୍ଠିତ ହୋଇଯାଇଛି। ପ୍ରଥମେ ସ୍ବର୍ଗତ ମୁଣ୍ଡ ଙ୍କ ଫଟୋ ଚିତ୍ର ରେ ପ୍ରଦୀପ ପ୍ରଜ୍ବଳନ ପୁଷ୍ପ ମାଲ୍ୟାର୍ପଣ ପରେ ଅମର ଆତ୍ମାର ସତଗତି ପାଇଁ ଦୁଇ ମିନିଟ ନିରବ ପ୍ରାର୍ଥନା କରିଥିବା ବେଳେ ଶ୍ରଦ୍ଧାଞ୍ଜଳୀ ସଭା ଅନୁଷ୍ଠିତ ହୋଇଯାଇଛି। ଏଥିରେ ସଂଘ ସମ୍ପାଦକ ସପନ୍ କୁମାର ପଟ୍ଟନାୟକ, ଉପସଭାପତି ଜତିନ କୁମାର ସାହୁ, ବିରଞ୍ଚି ନାରାୟଣ ଶତପଥି, ପ୍ରସାନ୍ତ ପଣ୍ଡା, ଅଶ୍ବିନୀ କୁମାର ପଣ୍ଡା, ସତ୍ୟ ଜିତ ଚାଟାର୍ଜୀ, ବିଶ୍ବମ୍ବର ରଣା, ସନାତନ ପଣ୍ଡା, ମଳୟ କୁମାର ତ୍ରିପାଠୀ ପ୍ରମୁଖ ଯୋଗଦେଇ ସ୍ବର୍ଗତ ମୁଣ୍ଡ ଙ୍କ ଜୀବନୀ ଉପରେ ଅତିଥି ମାନେ ନିଜ ନିଜ ବକ୍ତବ୍ୟ ପ୍ରଦାନ କରିଥିଲେ।