କୋକସରା/କ୍ରାନ୍ତିକ୍ଷେତ୍ର ନ୍ୟୁଜ୍ : ସରକାରୀ ସୁବିଧା ପାଇବାରେ ଅବହେଳା କରାଯାଉଥିବା ଅଭିଯୋଗ କରି ଶୁକ୍ରବାର ମହିମା ପଞ୍ଚାୟତ ଘଣ୍ଟିଗୁଡା ଗ୍ରାମର ହିତାଧିକାରୀ ମାନେ କୋକସରା ବିଡ଼ିଓଙ୍କୁ ଏକ ଦାବିପତ୍ର ପ୍ରଦାନ କରିଛନ୍ତି। ଏବଂ ଅଧିକାରୀ ଓ କର୍ମଚାରୀଙ୍କ ଅବହେଳା କାରଣରୁ ଆଗକୁ ଯେମିତି ସରକାରୀ ସୁବିଧା ପାଇବାରୁ ହିତାଧିକାରୀ ମାନେ ବଞ୍ଚିତ ନ ହେବେ ସେନେଇ ଦୃଷ୍ଟି ଦେବାକୁ ଦାବି କରିଛନ୍ତି।
ବର୍ତ୍ତମାନ ରାଜ୍ୟ ସରକାରଙ୍କ ନିର୍ଦ୍ଦେଶ ଅନୁସାରେ ଗ୍ରାମପଞ୍ଚାୟତ ସ୍ତରରେ ଆବାସ ଯୋଜନାରେ ଅନ୍ତର୍ଭୁକ୍ତ କରିବା ପାଇଁ ହିତାଧିକାରୀଙ୍କ ଘରକୁ ଘର ଯାଇ ସର୍ଭେ କରାଯାଉଥିବା ବେଳେ ସର୍ଭେ କାର୍ଯ୍ୟ ଶେଷ ହେବାକୁ ଯାଉଛି। ହେଲେ ଘଣ୍ଟିଗୁଡା ଗ୍ରାମରେ ବର୍ତ୍ତମାନ ସୁଦ୍ଧା ଆବାସ ଯୋଜନା ସର୍ଭେ ପାଇଁ କୈାଣସି ଅଧିକାରୀ କିମ୍ବା କର୍ମଚାରୀ ଗାଁକୁ ଆସି ନାହାନ୍ତି। ଏନେଇ ପଞ୍ଚାୟତ ଅଧିକାରୀ ଓ କର୍ମଚାରୀଙ୍କୁ ଗ୍ରାମବାସୀ ବାରମ୍ବାର ଜଣାଇଲେ ଥିଲେ ମଧ୍ୟ କୈାଣସି ଧ୍ୟାନ ଦେଉ ନାହାଁନ୍ତି। ତେଣୁ ଆବାସ ଯୋଜନାରେ ଘର ପାଇବାରୁ ବଞ୍ଚିତ ହେବଆ ଆଶଙ୍କା କରି ଆଜି କୋକସରା ବିଡ଼ିଓ ଡ଼ଃ ହିମାଞ୍ଚଳ ମାଝୀଙ୍କ ନିକଟରେ ହିତାଧିକାରୀ ମାନେ ଅଭିଯୋଗ କରିଛନ୍ତି।
ବିଡ଼ିଓଙ୍କ ଦ୍ବାରସ୍ଥ ହେଲେ ଘଣ୍ଟିଗୁଡାବାସୀ
ସେହିପରି ଖାଦ୍ୟ ସୁରକ୍ଷା ଯୋଜନାରେ ମାଣ୍ଡିଆ ଦେବାର ବ୍ୟବସ୍ଥା ଥିଲେ ହେଁ ଗତ ଫେବୃୟାରୀ ମାସରୁ ଘଣ୍ଟିଗୁଡା ଗ୍ରାମର ହିତାଧିକାରୀ ମାନଙ୍କୁ ମାଣ୍ଡିଆ ଦିଆଯାଉ ନଥିବା ମଧ୍ୟ ସେମାନେ ଅଭିଯୋଗ କରିଛନ୍ତି। ବିଡ଼ିଓ ଡ଼ଃ ମାଝୀ ସେମାନଙ୍କ ଅଭିଯୋଗ ଶୁଣିବା ସହ ଆବାସ ଯୋଜନା ସର୍ଭେ ପାଇଁ ସ୍ବତନ୍ତ୍ର ଭାବେ ଦୃଷ୍ଟି ଦିଆଯିବ ଓ କାଲିଠାରୁ ସର୍ଭେ ଆରମ୍ଭ ହେବ ବୋଲି କହିଥିବାବେଳେ ରାସନ ସାମଗ୍ରୀ ମଧ୍ୟ ସିଘ୍ର ପାଇବେ ବୋଲି ହିତାଧିକାରୀଙ୍କୁ ପ୍ରତିଶ୍ରୁତି ଦେଇଥିବା ଜଣାଯାଇଛି। ଏହି ଅଭିଯୋଗ ପତ୍ର ପ୍ରଦାନ ସମୟରେ ଆମପାଣି ମଣ୍ଡଳ ସଭାପତି ମଧୁବନ ପାତ୍ରଙ୍କ ସମେତ ହିତାଧିକାରୀ ଡାଳିମ୍ବ ପ୍ରଧାନୀ, କୋୟା ପ୍ରଧାନୀ, ଚନ୍ଦ୍ର ଧଙ୍ଗଡ଼ାମାଝୀ, ଦୂର ପ୍ରଧାନୀ, ନୁରପିରୀ ଦଣ୍ଡସେନା, ଅନିରୁଦ୍ଧ ମାଝୀ, ପିତାମ୍ବର ଦଣ୍ଡସେନା, ଲକ୍ଷ୍ମଣ ବାଗ, ରଘୁ ନାଏକ, ଭୁଜବଳ ପାତ୍ର, ଜାଗା ମାଝୀ, ହରିହର ବାଗ, ପୂର୍ଣ ମୂଳକୀୟ, ଜଗନାଥ ଠାକୁର ସମେତ ବହୁ ଲୋକେ ଉପସ୍ଥିତ ରହିଥିଲେ।