ଢେଙ୍କାନାଳ ପାଇଁ ‘ମୋ ବସ’ ଚଲାଇବା ନେଇ ରାଷ୍ଟ୍ରିୟ ବିକାଶ ସେନାର ଦାବି

ଭୁବନେଶ୍ବର/କ୍ରାନ୍ତିକ୍ଷେତ୍ର ନ୍ୟୁଜ୍ : ଓଡ଼ିଶାର ଆଉ ୮ଟି ସହରରେ ଗଡ଼ିବ ‘ଆମ ବସ୍’। ଗୁରୁବାର କ୍ୟାପିଟାଲ ରିଜନ ଅର୍ବାନ ଟ୍ରାନ୍ସପୋର୍ଟ ବା କ୍ରୁଟ୍ (କ୍ରୁଟ)ର ୪୯ତମ ବୋର୍ଡ ବୈଠକରେ ଏହି ଗୁରୁତ୍ୱପୂର୍ଣ୍ଣ ନିଷ୍ପତ୍ତି ନିଆଯାଇଛି। ନୂଆ ୮ ସହର ହେଉଛି ଅନୁଗୁଳ, ଝାରସୁଗୁଡ଼ା, ଯାଜପୁର, କେନ୍ଦୁଝର, ବାରିପଦା, ଜୟପୁର, କୋରାପୁଟ, ରାୟଗଡ଼ା, ବାଲେଶ୍ଵର। କିନ୍ତୁ ସରକାର ଢେଙ୍କାନାଳକୁ ଅଣଦେଖା କରିଥିବା ନେଇ ଢେଙ୍କାନାଳ ବାସୀ କ୍ଷେଭପ୍ରକାଶ କରିଛନ୍ତି।

ପୁର୍ବରୁ ବିଜେଡି ସରକାର ସମୟରେ ଢ଼େଙ୍କାନାଳରେ ‘ମୋ ବସ ଚଳାଇବା ପାଇଁ ରାଷ୍ଟ୍ରିୟ ବିକାଶ ସେନା ପକ୍ଷରୁ ଦାବି କରାଯାଇଥିଲା। ଏହାବାଦ୍ କଟକ ଯାଏଁ ମେଟ୍ରୋ ଟ୍ରେନ୍ ଆସୁଛି ତେଣୁ ଢେଙ୍କାନାଳକୁ ମେଟ୍ରୋ ସଯୋଗ ପାଇଁ ଦାବି ପୁର୍ବରୁ କରାଯାଇଥିଲା। ହେଲେ କଟକ ଭୁବନେଶ୍ଵର ଭାଇ ପାସ ଯେହେତୁ ଢେଙ୍କାନାଳ ସୀମା ଦେଇ ଯାଉଛି, ସିଡିଏର ପରିସୀମା ଢେଙ୍କାନାଳ ସୀମାର ନିକଟ ଯାଏ ଯାଉଛି ଢେଙ୍କାନାଳ ମେଟ୍ରୋ ପାଇବା ଯଥାର୍ଥ ବୋଲି ଦାବି କରାଯାଉଛି। ବର୍ତ୍ତମାନ ଯେହେତୁ ସରକାର ମୋ’ ବସ ଚଲାଇବା ପାଇଁ ୮ଟି ସହର ନାମ ଘୋଷଣା କରିଥିବା ବେଳେ ଏଥିରୁ ଢେଙ୍କାନାଳ ବାଦ୍ ପଡିଛି। ତେଣୁ ଢେଙ୍କାନାଳ ପାଇଁ ମୋ ବସ ଚଲାଇବା ନିମନ୍ତେ ରାଷ୍ଟ୍ରିୟ ବିକାଶ ସେନାର ପକ୍ଷରୁ ସାଧାରଣ ସମ୍ପାଦକ ମନୋରଞ୍ଜନ ଶାସମଲ ସରକାରଙ୍କ ପାଖରେ ଦାବି କରିଛନ୍ତି।