ଜୁନାଗଡ଼/କ୍ରାନ୍ତିକ୍ଷେତ୍ର ନ୍ୟୁଜ୍(ସ୍ବାସ୍ତିଦୀପ ଆଦିତ୍ୟ) : ଜୁନାଗଡ଼ ସାପ୍ତାହିକ ବଜାର ପ୍ରାଙ୍ଗଣରେ ଉତ୍କଳମଣି ସେବା ସଂସ୍ଥା ଆନୁକୂଳ୍ୟରେ ଦ୍ୱିତୀୟ ଓ ତୃତୀୟ ପାଳିର ଦହି ସର୍ବତ ସେବା କାର୍ଯ୍ୟକ୍ରମ ଆୟୋଜିତ ହୋଇଛି। ଉକ୍ତ କାର୍ଯ୍ୟକ୍ରମରେ ଉଦ୍ଧବ ଚରଣ ସାହୁ, କୈଳାଶ ରାଉତ, ମଧୁସୁଧାନ ପଣ୍ଡା ଏବଂ ଅନ୍ୟାନ୍ୟ କାର୍ଯ୍ୟକର୍ତ୍ତା ପ୍ରମୁଖ ଉପସ୍ଥିତ ରହି ସର୍ବତ ବଣ୍ଟନ କରିଥିଲେ। ଏହି ସେବା କାର୍ଯ୍ୟକ୍ରମ ଦ୍ୱାରା ଘରେ ଘରେ ଉତ୍କଣ୍ଠିତ ହେଉଥିବା ଲୋକମାନେ ଉତ୍ତାପ ଦିନରେ ଏକ ଶୀତଳ ଓ ପୁଷ୍ଟିକର ପାନୀୟ ରୁପେ ଦହି ସର୍ବତର ସ୍ୱାଦ ଉଠାଇପାରିଥିଲେ। ଏହି ସାଧୁପ୍ରୟାସ ଦ୍ୱାରା ନା ଗୋଟିଏ ସେବାମୂଳକ କାର୍ଯ୍ୟ ସଫଳ ହେଲା ବରଂ ଲୋକମାନଙ୍କ ମଧ୍ୟରେ ସାମୂଦାୟିକତା ଓ ଏକତାର ଓଦ୍ଭାସ ଦେଖାଗଲା। ସେବା କାର୍ଯ୍ୟକ୍ରମର ସଫଳ ଆୟୋଜନ ପାଇଁ ଉତ୍କଳମଣି ସେବାସଂସ୍ଥାର ସଭ୍ୟ, ଆୟୋଜକମାନେ ଓ ପ୍ରାୟୋଜକମାନେ ଶ୍ରଦ୍ଧା ଓ କୃତଜ୍ଞତାର ଅଭିବ୍ୟକ୍ତି ପାଇଛନ୍ତି। ସେମାନଙ୍କର ନିରନ୍ତର ଶ୍ରମ ଓ ଦେଦାର ମନୋଭାବ ପାଇଁ ଅନେକ ଶୁଭେଛା ଓ ଧନ୍ୟବାଦ ଜଣାଯାଇଛି। ଏହି ପ୍ରକାର ସେବା କାର୍ଯ୍ୟକ୍ରମଗୁଡ଼ିକ ଭବିଷ୍ୟତରେ ମଧ୍ୟ ଅନୁଷ୍ଠିତ ହେବାକୁ ଆଶା କରାଯାଉଛି, ଯାହା ଲୋକସେବା ଓ ମାନବିକତାର ଏକ ଅନୁପମ ଉଦାହରଣ ହିସାବରେ ଅବଧାନ ଆକର୍ଷଣ କରିବ।