ଥୁଆମୂଳ ରାମପୁର/କ୍ରାନ୍ତିକ୍ଷେତ୍ର ନ୍ୟୁଜ୍(ପ୍ରଦୀପ ପଣ୍ଡା) : କଳାହାଣ୍ଡି ଜିଲ୍ଲା ଥୁଆମୂଳ ରାମପୁର ବ୍ଲକ କାଣିଗୁମା ପଞ୍ଚାୟତ ଅନ୍ତର୍ଗତ ପୁଷ୍ଟିଗୁଡା ଗ୍ରାମ ବିଦ୍ୟାଳୟ ନିକଟ ମୁଖ୍ୟ ରାସ୍ତା ଉପରେ ଏକ ବିରାଟ ଆମ୍ବ ଗଛ ଭାଙ୍ଗି ଯିବା ଫଳରେ ଗ୍ରାମକୁ ଯାତାୟତ ବାଧାପ୍ରାପ୍ତ ହୋଇଛି।ଗଛ ହଟାଇବା ପାଇଁ ଗ୍ରାମବାସୀ ଥୁଆମୂଳ ରାମପୁର ଅଗ୍ନିଶମ ବିଭାଗକୁ ସୂଚନା ଦେଲା ପରେ ଅଗ୍ନିଶମ ବିଭାଗର କର୍ମଚାରୀ ଘଟଣା ସ୍ଥାନରେ ପହଞ୍ଚି ଗଛ କାଟି ହଟାଇବା ପାଇଁ ଉଦ୍ୟମ ଜାରି ରଖିଛନ୍ତି।ଅଗ୍ନିଶମ ବିଭାଗର ହାବିଲଦାର ବନମାଳୀ ପୁଜାରି ଙ୍କ ନେତୃତ୍ୱରେ ହାବିଲଦାର ଥବୀର ସେଠ,ଫାୟାର ମ୍ୟାନ ମଦନ ଶବର,ରେହେମନ ଇସଲାମ୍ ଏବଂ ରାଜେଶ ପ୍ରଧାନ ପ୍ରମୁଖ ନିୟୋଜିତ ଥିଲେ। ହେଲେ ଏତେ ବଡ଼ ଗଛ ହଟାଇବା ପାଇଁ ବହୁତ କଷ୍ଟ ହେଉଥିବା ବେଳେ ଜେସିବି ଗାଡିର ସହାୟତା ବଳରେ ରାସ୍ତାରୁ ଗଛ ହଟାଇବା ସହଜ ହୋଇଥିଲା।