ବାଙ୍ଗାଲୁରୁରେ ପୁଣି ଓଡିଆ ଶ୍ରମିକଙ୍କ ମୃତ୍ୟୁ

କୋକସରା/କ୍ରାନ୍ତିକ୍ଷେତ୍ର ନ୍ୟୁଜ୍ଦା : ଦାଦନ ପ୍ରଥା ରେକିବା ପାଇଁ ସରକାର ଅନେକ ଯୋଜନା କରୁଥିଲେ ହେଁ ଏହାର ସଠିକ୍ ବିନିଯୋଗ ନହେବା ଯୋଗୁଁ ଆଜି ମଧ୍ୟ କୋକସରା ବ୍ଳକର ଶହ ଶହ ଲୋକ କାମ ଅନ୍ବେଷଣରେ ରାଜ୍ୟ ବାହାରକୁ ଚାଲି ଯାଉଛନ୍ତି। କୋକସରା ବ୍ଲକରୁ ଅନେକ ଥର ଦାଦନ ଖଟିବାକୁ ଯାଇ ଶ୍ରମିକଙ୍କ ମୃତ୍ୟୁ ହୋଇଥିବା ଘଟଣା ସାମ୍ନାକୁ ଆସିଛି। ତେବେ ମାସେ ନ ପୁରୁଣୁ ପୁଣି ଏକ ଦାଦାନ ମୃତ୍ୟୁ ଘଟଣା ସାମ୍ନାକୁ ଆସିଛି। କୋକସରା ବ୍ଳକ ମହିମା ପଞ୍ଚାୟତ ଘଣ୍ଟିଗୁଡା ଗ୍ରାମର ପିତାମ୍ବର ଦଣ୍ଡସେନାଙ୍କ ବଡ଼ପୁଅ ଅମର ଦଣ୍ଡସେନା(୩୦) ବେଙ୍ଗାଲୁରୁକୁ ଦାଦନ ଖଟିବାକୁ ଯାଇ ମୃତ୍ୟୁ ମୁଖରେ ପଡ଼ିଥିବା ଜଣାପଡିଛି।

୯ ବର୍ଷ ତଲେ ଶ୍ରମିକ ହୋଇ ଯାଇଥିଲେ ଏବେ ଶବ ଫେରୁଛି

ସୂଚନା ଅନୁସାରେ, ଅମର ଦିର୍ଘ ୯ ବର୍ଷ ପାଖାପାଖି ହେବ ଘରର ଆର୍ଥିକ ସ୍ଥିତି ଖରାପ ହେତୁ ଦାଦାନ ଖଟିବାକୁ ସୁଦୁର ବାଙ୍ଗାଲୁରୁ ସହରକୁ ଯାଇଥିଲେ। ଦିର୍ଘ ଦିନରୁ ଘରକୁ ନ ଫେରି ସେଠାରେ ଶ୍ରମିକ ଭାବେ କାମ କରି କିଛି ଅର୍ଥ ପଠାଇ ଆସୁଥିଲେ। ସୋମବାର ଏକ କୋଠା ନିର୍ମାଣ କାମରେ ଶ୍ରମିକ ଭାବେ ନିୟୋଜିତ ରହିଥିବାବେଳେ ମଧ୍ୟାହ୍ନରେ ବାଉଁଶ ବାନ୍ଧୁଥିବା ସମୟରେ ଅମର ବିଦ୍ୟୁତ୍ ସସ୍ପର୍ଶରେ ଆସି ଗୁରୁତର ଆହତ ହୋଇଥିଲେ। ସାଥିରେ ଥିବା ଶ୍ରମିକ ଓ ତାଙ୍କ ସାନଭାଇ ସରୋଜ ଦଣ୍ଡସେନା ସେଠାକାର ଏକ ମେଡିକାଲରେ ଭର୍ତ୍ତି କରାଇଥିଲେ। ହେଲେ ସେଠାରେ ଡାକ୍ତର ଅମରଙ୍କୁ ମୃତ ଘୋଷଣା କରିଥିବା ତାଙ୍କ ପରିବାର ଲୋକ ପ୍ରକାଶ କରିଛନ୍ତି। ଏଣେ ଏକ ମାତ୍ର ରୋଜଗାରିଆ ପୁଅର ମୃତ୍ୟୁ ଖବର ପରେ ପୁରା ପରିବାର ଦୁଃଖରେ ଭାଙ୍ଗି ପଡିଛନ୍ତି। ଅନ୍ୟପଟେ ନିର୍ମାଣଧିନ କୋଠା ମାଲିକଙ୍କ ସହାୟତାରେ ଆମ୍ବୁଲାନ୍ସ ଯୋଗେ ଅମରଙ୍କ ମର ଶରୀର ନିଜ ଭିଟାମାଟିକୁ ଆସୁଥିବାବେଳେ ବୁଧବାର ଦିନ ଶବ ଗାଁରେ ପହଞ୍ଚିବା ନେଇ ଜଣାପଡିଛି। ଅମରଙ୍କ ମୃତ୍ୟୁ ପରେ ବାପା, ମା’ ଓ ପୁରା ପରିବାର ଦୁଃଖରେ ଭାଙ୍ଗିଛନ୍ତି। ଅନ୍ୟପଟେ ଏହି ଗରିବ ପରିବାରକୁ ସରକାରୀ ସହାୟତା ଯୋଗାଇ ଦେବା ପାଇଁ ଦାବି ହୋଇଛି।