ରତ୍ନମୁଦଉତ୍ସବର ଶିତଳୀକରଣ ବିଧି ପାଳନ

ଥୁଆମୂଳ ରାମପୁର/କ୍ରାନ୍ତିକ୍ଷେତ୍ର ନ୍ୟୁଜ୍(ପ୍ରଦୀପ ପଣ୍ଡା) : କଳାହାଣ୍ଡି ଜିଲ୍ଲା ଥୁଆମୂଳ ରାମପୁର-ମା ମାଣିକେଶ୍ୱରୀ ମନ୍ଦିର ରତ୍ନମୁଦ ଉତ୍ସବର ସମାପନ ପରେ ଆଜି ଶିତଳୀକରଣ ବିଧି ମନ୍ଦିରରେ ଅନୁଷ୍ଠିତ ହୋଇଯାଇଛି । ଏହି ଅବସରରେ ମନ୍ଦିରରେ ବିବିଧ ପୂଜାବିଧି ଆୟୋଜିତ ହୋଇଥିଲା। ଏହାକୁ ପୁରୋହିତ କାମାକ୍ଷା ପ୍ରସାଦ ଦାସ, ଭବାନୀ ଶଙ୍କର ଆଚାର୍ଯ୍ୟ, ଦୁର୍ଗା ପ୍ରସାଦ ରଥ, ଅଶ୍ୱିନ କୁମାର ମୁଣ୍ଡ ,ସତ୍ୟନାରାୟଣ ମହାପାତ୍ର ପ୍ରମୁଖ ପୂଜକ ସମ୍ପାଦନ କରିଥିଲେ। ମନ୍ଦିରର ମୁଖ୍ୟ ପୁରୋହିତ ତାପସ ରାୟଗୁରୁ, ଅଶୋକ କୁମାର ମୁଣ୍ଡ, ଯୁବକଲାଲ ପରିଛା, ଡମ୍ବରୁଧର ପୁଝାରି ଓ ଶରତ ପୂଜାରୀ ପ୍ରମୁଖ ସହାୟତା କରିଥିଲେ।ଏଥିରେ ରତ୍ନମୁଦ ଉତ୍ସବ କମିଟିର ସମସ୍ତ କର୍ମକର୍ତ୍ତା ଓ ସଦସ୍ୟ ଉପସ୍ଥିତ ରହିଥିଲେ। ଯଜ୍ଞକର୍ତ୍ତା ସତ୍ୟ ନାରାୟଣ ମୁଣ୍ଡଛିନା ଓ ନିଳୀମା ମୁଣ୍ଡ଼ଛିନା ଙ୍କ ଦ୍ୱାରା ଯଜ୍ଞ ମଣ୍ଡପରେ ଶିତଳୀକରଣ କରାଯାଇଥିଲା

Leave a Reply

Your email address will not be published. Required fields are marked *