ରାଜୀବ ଗାନ୍ଧୀ ପଞ୍ଚାୟତି ରାଜ ସଂଗଠକ ଆବାହକ ହେଲେ ଦୁଷ୍ମନ୍ତ ରଣା

ମଦନପୁର ରାମପୁର/କ୍ରାନ୍ତିକ୍ଷେତ୍ର ନ୍ୟୁଜ୍(ଉଦ୍ଧବ ପଣ୍ଡା) : ରାଜ୍ୟ ରେ କଂଗ୍ରେସ ଦଳର ନୂତନ ପିସିସି ସଭାପତି ହେଲା ପରେ ଆଜି କଂଗ୍ରେସ ଦଳ ତାର ବିଭିନ୍ନ ସାଂଗଠନିକ ପଦପଦବୀ ମାନ ସୃଷ୍ଟି କରୁଛି ସେଭଲି କଳାହାଣ୍ଡି ଜିଲ୍ଲା ମଦନପୁର ରାମପୁର ବ୍ଲକ ର ରାଜୀବ ଗାନ୍ଧୀ ପଞ୍ଚାୟତି ରାଜ ସଂଗଠକ ଆବାହକ ଭାବେ ଜଣେ ସାହାସିକତା ଯୁବ ସଂଗଠକ ଦଳ ପାଇଁ ଆନ୍ତରିକତା ରଖି ଦଳ ପାଇଁ କାର୍ଯ୍ୟ କରିଆସୁଥିବା ପିସିସି ସଭାପତି ଭକ୍ତ ଚରଣ ଦାସ ଙ୍କ ଅନୁମୋଦନ କ୍ରମେ ରାଜୀବ ଗାନ୍ଧୀ ପଞ୍ଚାୟତି ରାଜ ସଂଗଠକ ଆବାହକ ଭାବେ ଦୁଷ୍ମନ୍ତ ରଣା ଓ ସହ ଆବାହକ ଭାବେ , ରୁମନ୍ତି ମାଝୀ ଙ୍କୁ ନିଯୁକ୍ତି କରିଛନ୍ତି ଏହାକୁ ନେଇ ମଦନପୁର ରାମପୁର ବ୍ଲକ ସଭାପତି ରୁଦ୍ର ପ୍ରତାପ ସିଂହ, ମଦନପୁର ରାମପୁର ପୂର୍ବତନ ସରପଞ୍ଚ ଚିତ୍ତରଞ୍ଜନ ବାଗ ସମେତ ବ୍ଲକ ର ସମସ୍ତ କଂଗ୍ରେସ କର୍ମୀ ଶ୍ରୀ ରଣା ଙ୍କୁ ଶୁଭେଚ୍ଛା ଜଣାଇଛନ୍ତି।