ସରିଲା ବଡମୁଣ୍ଡା ଷୋହଳ ପ୍ରହର ନାମଯଜ୍ଞ

ସଇଁନ୍ତଳା/କ୍ରାନ୍ତିକ୍ଷେତ୍ର ନ୍ୟୁଜ୍(ଗୋକୁଳାନନ୍ଦ ବଗର୍ତ୍ତି) : ବଲାଙ୍ଗୀର ଜିଲ୍ଲା ସଇଁନ୍ତଳା ବ୍ଳକ କନ୍ଧକେଳ ଗାଁ ଗ୍ରାମ ପଞ୍ଚାୟତ ଅନ୍ତର୍ଗତ ବଡମୁଣ୍ଡା ଗ୍ରାମ ରେ ବିରାଟ ପର୍ବ ର ବାର ବର୍ଷ ପୁର୍ତ୍ତି ଉପଳକ୍ଷେ ଷୋହଳ ପ୍ରହର ନାମଯଜ୍ଞ ଅନୁଷ୍ଠିତ ହୋଇ ଯାଇଛି , ପାଞ୍ଚଦିନ ବିରାଟ ପର୍ବ ଗ୍ରାମ ର କଳାକାର ମାନଙ୍କ ଦ୍ବାରା ପରିବେଶଣ ହୋଇଥିଲା ଏବଂ ପରେ ପରେ ଷୌହଳ ପ୍ରହର ନାମ ଯଜ୍ଞ ଚାରିଦିନ ଧରି ଚାଳିଥିବା ବେଲେ ପଣ୍ଡିତ ମନୋଜ ପଣ୍ଡା ସୁରଜ ପଣ୍ଡା, ରାଜେଶ ଦାସ ପୂଜାବିଧି କରିଥିବା ବେଲେ ତେଜରାଜ ସାହୁ ଓ ତାଙ୍କ ଧର୍ମପତ୍ନୀ ନିଳାନ୍ଦ୍ରି ସାହୁ କର୍ତ୍ତା ଥିବା ବେଲେ ପ୍ରମୋଦ କୁମାର ପଣ୍ଡା ସଭାପତି ଦାୟିତ୍ବ ତୁଲାଇ ଥିଲେ ,ଷୋହଳ ଟି କୀର୍ତ୍ତନ ଦଳ ଅଂଶଗ୍ରହଣ କରିଥିବା ବେଲେ ସମସ୍ତ ଭକ୍ତ ମାନଙ୍କୁ ଅନ୍ନ ପ୍ରସାଦ ଦିଆଯାଇ ଥିବା ବେଲେ ବିରାଟ କଳସ ଯାତ୍ରା ସହ ନାମଯଜ୍ଞ ସମ୍ପୂର୍ଣ୍ଣ ହୋଇ ଥିଲା ,ଉକ୍ତ କାର୍ଯ୍ୟକ୍ରମ ରେ ଗଜିନ୍ଦ୍ର ଗଡତିଆ , ସାଗର ମିର୍ଦ୍ଧା, ମୁରଳି ମିର୍ଦ୍ଧା, ସୁରେନ୍ଦ୍ର କାଣ୍ଡ ଏବଂ ବଡମୁଣ୍ଡା ଗ୍ରାମ ବାସୀ ଓ ଅଞ୍ଚଳ ବାସୀ ସହଯୋଗ କରି ଥିଲେ।