ଭବାନୀପାଟଣା/କ୍ରାନ୍ତିକ୍ଷେତ୍ର ନ୍ୟୁଜ୍ : ଲାଞ୍ଜିଗଡ ବ୍ଲକ ବିଜେପୁର ପଞ୍ଚାୟତର ବେଙ୍ଗଭଟା ବାବା ଜଳେଶ୍ୱର ଶୈବପିଠ ପ୍ରାଙ୍ଗଣରେ ନାମଯଜ୍ଞ ଶହ ମହାପ୍ରଭୁ ଶ୍ରୀ ଜଗନ୍ନାଥଙ୍କ ପ୍ରଣାପ୍ରତିଷ୍ଠା କାର୍ଯ୍ୟକ୍ରମ ଅନୁଷ୍ଠିତ ହୋଇଛି। ନାମଯଜ୍ଞ ବୁଧବାର ଆରମ୍ଭ ହୋଇଛି। ନାମଯଜ୍ଞ ପାଇଁ ଭବ୍ୟ ଆୟୋଜନ କରାଯାଇଥିଲା। ବୁଧବାର ନାମଯଜ୍ଞର ଅଧିବାସ କାର୍ଯ୍ୟା ସହିତ କଳସ ସ୍ଥାପନ କରାଯାଇଥିଲା। କର୍ତ୍ତା ଭାବେ କୃଷ୍ଣ ଦଣ୍ଡସେନା ଓ ସେପତି ଦଣ୍ଡସେନା ଥିବାବେଳେ ପୂଜକ ଦାସ ପରାଭଇ ପୂଜାକାର୍ଯ୍ୟ ସମ୍ପାଦନ କରୁଛନ୍ତି। ଏହି ଅବସରରେ ଲାଞ୍ଜିଗଡ ଜୋନ ୨ ଜିଲ୍ଲାପରିଷଦ ସଦସ୍ୟ ପରୀକ୍ଷିତ ନାଏକ, ଟୀକା ମାଝୀ, ପଦ୍ମଳଚନ ହରିଜନ, ନନ୍ଦ ପୂଜାରୀ, ଦାମୋଦର ପଟ୍ଟନାୟକ, ମଧୁ ମାଝୀ, ମାଣି ମାଝୀ, ଲୟ ମାଝୀ ସମେତ କମିଟିର ସମସ୍ତ ସଦସ୍ୟ ଓ ଅଞ୍ଚଳର ହଜାର ହଜାର ଶ୍ରଦ୍ଧାଳୁ ଉପସ୍ଥିତ ଥିଲେ। ନାମଯଜ୍ଞରେ ଭକ୍ତ ମାନଙ୍କ ପାଇଁ ପ୍ରସାଦ ସେବନ ବ୍ୟବସ୍ଥା କରାଯାଛି।