ମୁକୁଳା ପଡିଛି ପୋଲିସପଡା ବିଦ୍ୟୁତ୍ ଟ୍ରାନ୍ସଫର୍ମର

ମଦନପୁର ରାମପୁର/କ୍ରାନ୍ତିକ୍ଷେତ୍ର ନ୍ୟୁଜ୍(ଉଦ୍ଧବ ପଣ୍ଡା) :  ବିଭିନ୍ନ ଜାଗାରେ ବିଦ୍ୟୁତ ବିଭାଗ ପକ୍ଷରୁ ଟ୍ରାନ୍ସଫରର୍ମର ମାନ ବସାଯାଇଛି ହେଲେ ତାହା ର ସୁରକ୍ଷା ବାଡ କିଛି ନାହିଁ ଫଳରେ ବିଭିନ୍ନ ସମୟରେ ଗୋରୁ ଗାଇ ଛେଳି ମେଣ୍ଢା ମୃତ୍ୟୁ ମୁଖରେ ପଡୁଛନ୍ତି। ଏଭଲି ଦେଖିବାକୁ ମିଳିଛି କଳାହାଣ୍ଡି ଜିଲ୍ଲା ମ ରାମପୁର ସଦର ମହକୁମା ପୋଲିସ ପଡା ୧୪ ନମ୍ବର ଓ୍ବଡ କୁ ଯାଇଥିବା ରାସ୍ତା କଡରେ ଏକ ଟ୍ରାନ୍ସଫରର୍ମର ରହିଛି ତାହାର ସୁରକ୍ଷା ବାଡ ନାହିଁ ଫଳରେ ଅନେକ ସମୟରେ ଗୋରୁ ଗାଈ ଛେଳି ମୃତ୍ୟୁ ମୁଖରେ ପଡୁଥିବା ନଜିର କୁ ଆସିଛି ଏହାକୁ ନେଇ ବାରମ୍ବାର ବିଦ୍ୟୁତ ବିଭାଗ କୁ ସୁରକ୍ଷା ବାଡ ପାଇଁ ଅଭିଯୋଗ କରିଆସୁଥିଲେ ମଧ୍ୟ ବିଦ୍ୟୁତ ବିଭାଗ କୁମ୍ଭକର୍ଣ୍ଣ ନିଦ୍ରା ରେ ଯଦି ଆଗାମୀ ଦିନରେ ଟ୍ରାନ୍ସଫର୍ମର ରେ ସୁରକ୍ଷା ବାଡ ନ କରନ୍ତି ବିରାଟ ବଡ ଆନ୍ଦୋଳନ ପାଇଁ ସଜବାଜ ହେଉଥିବା ପଡା ବାସିନ୍ଦା ଗଣମାଧ୍ୟମ କୁ ସୂଚନା ଦେଇଛନ୍ତି।