ଭାରସାମ୍ୟ ହରାଇ ଓଲଟିଲା ହାଇଓ୍ବା

ଥୁଆମୂଳ ରାମପୁର, କ୍ରାନ୍ତିକ୍ଷେତ୍ର ନ୍ୟୁଜ୍ (ପ୍ରଦୀପ ପଣ୍ଡା) : କଳାହାଣ୍ଡି ଜିଲ୍ଲା ଥୁଆମୂଳ ରାମପୁର-ରାୟଗଡା କାଶୀପୁର କୁ ସଂଯୋଗ କରୁଥିବା ମୁଖ୍ୟ ରାସ୍ତା କାଠକୁରା ସାହୁ ଜଙ୍ଗଲ ଆଗକୁ ଏକ ବଜରି ବୋଝେଇ ହାଇଓ୍ବା ଗାଡି ଭାରସାମ୍ୟ ହରାଇ ଓଲଟି ପଡି ଦୁର୍ଘଟଣା ଗ୍ରସ୍ତ ହୋଇଛି। ଗୋପୀନାଥ ପୁର ମେଗା ପ୍ରକଳ୍ପ ପାଇଁ ନେଇ ଯାଉଥିବା ବେଳେ ଭାରସାମ୍ୟ ହରାଇ ଓଲଟି ପଡିଛି। ଡ୍ରଇଭର ଏବଂ ହେଲପର୍ ସୁରକ୍ଷିତ।ଘଟଣା ଟା ଅପରାହ୍ନ ଘ ୪ ୨୦ ମିନିଟ ସମୟରେ ଏହି ଦୁର୍ଘଟଣା ଘଟିଥିବା ଜଣାପଡିଛି।