ଭବାନୀପାଟଣା/କ୍ରାନ୍ତିକ୍ଷେତ୍ର ନ୍ୟୁଜ୍ : ଆଜି କଳାହାଣ୍ଡି ଅବକାରୀ ସୁପରିଟେଣ୍ଡ ରଞ୍ଜନ କୁମାର ନାଏକଙ୍କ ନେତୃତ୍ୱରେ ଖାଇଙ୍ଗ ଗ୍ରାମରେ ଚଢ଼ାଉ କରାଯାଇଛି। ଖାଇଙ୍ଗ ଗ୍ରାମକୁ ଲାଗିରହିଥିବା ଜଙ୍ଗଲ ନିକଟସ୍ଥ ନାଲାରେ ଦେଶୀ ମହୁଲି କାରବାର ଜୋରସୋରରେ ଚାଲିଥିଲା। ଏନେଇ ଖବର ପରେ ଅବକାରୀ ଆଇଆଇସି ହେମକାନ୍ତ ସୁନା, ଓଆଇସି ତିଳକ ରାମ ନାଏକଙ୍କ ସହ ପ୍ରଦ୍ୟୁନ କୁମାର ନାଏକ, ଅଶୋକ କୁମାର ପ୍ରଧାନ, ଅମରେନ୍ଦ୍ର ମାଝୀ, ଶାମୁଲ ଆଚାର୍ଯ୍ୟ, କିଶନ ଗଉଡ଼, ମହାଦେବ ମାଝୀ, ରାଜକୁମାରୀ ଶବର ସହ ଅବକାରୀ ଟିମ ସେଠାକୁ ପହଞ୍ଚିଥିଲେ। ଅବକାରୀ ବିଭାଗଙ୍କୁ ଦେଖି ଘଟଣା ସ୍ଥଳରୁ ଚୋରା ଦେଶୀ ମଦ କାରବାର କରୁଥିବା ମାଫିଆମାନେ ଫେରାର ମାରିଥିଲେ। ତେବେ ମଦ ରନ୍ଧା ସାମଗ୍ରୀ ସହ ୨୭ଗୋଟି ପ୍ଲାଷ୍ଟିକ ଡ୍ରାମରୁ ମହୁଲ ୨୭ ଶହ କେଜି ଓ ୨୨୦ ଲିଟର ହାତରନ୍ଧା ମଦ ଜବତ କରି ଘଟଣା ସ୍ଥଳରେ ନଷ୍ଟ କରିଥିବା ଜଣାପଡିଛି।