ମଦନପୁର ରାମପୁରରେ ଚତୁର୍ଥ ରାଷ୍ଟ୍ରୀୟ ଲୋକ ଅଦାଲତ

ମଦନପୁର ରାମପୁର/କ୍ରାନ୍ତିକ୍ଷେତ୍ର ନ୍ୟୁଜ୍ : ମଦନପୁର ରାମପୁର ତାଲୁକ ଆଇନ ସେବା ସମିତି ଆନୁକୂଲ୍ୟରେ ପ୍ରଥମ ଶ୍ରେଣୀ ବିଚାର ବିଭାଗୀୟ ମାଜିଷ୍ଟ୍ରେଟ ଦୀପ୍ତି ରଞ୍ଜନ ଦାଶଙ୍କ ଅଦାଲତରେ ଆଜି ଚତୁର୍ଥ ରାଷ୍ଟ୍ରୀୟ ଲୋକ ଅଦାଲତ କୋର୍ଟ ପରିସରରେ ଅନୁଷ୍ଠିତ ହୋଇଛି। ଲୋକ ଅଦାଲତରେ ଗୋଟିଏ ଦେୱାନୀ ମାମଲା, ଗୋଟିଏ ଘରୋଇ ହିଂସା ଓ ୨୩ ଟି ଅନ୍ୟାନ୍ୟ ଫୌଜଦାରୀ ମାମଲା (ଏଫ୍ଆରଟି) ର ସମାଧାନ କରାଯାଇଛି। ପ୍ରାକ୍ ମୁକଦ୍ଦମା କ୍ଷେତ୍ରରେ ୨୩୭ ଟି ରାଜସ୍ବ ମାମଲାର ସମାଧାନ କରାଯାଇ ୩୦,୧୬୧/- ଆଦାୟ କରା ଯାଇଥିବାବେଳେ ୨୬ଟି ବ୍ୟାଙ୍କ୍ ସମ୍ବନ୍ଧୀୟ ଋଣ ମାମଲା ରେ ୯,୪୫,୫୦୦/- ଆଦାୟ କରାଯାଇଛି। ଲୋକ ଅଦାଲତର ପରିଚାଳନାରେ ଅଦାଲତର କର୍ମଚାରୀ, ମଦନପୁର ରାମପୁର ଓକିଲ ସଂଘ ସଭାପତି ଜୟ କୁମାର ସିଂହ ଦେଓଙ୍କ ସମେତ ସମସ୍ତ ସଦସ୍ୟ ଏବଂ ବ୍ୟାଙ୍କ୍ କର୍ମଚାରୀ ବୃନ୍ଦ ପ୍ରତ୍ୟକ୍ଷ ସହଯୋଗ ପ୍ରଦାନ କରିଥିଲେ। ଦୀର୍ଘ ଦିନ ଧରି ଚାଲୁ ଆସୁଥିବା ମୁକାଦମାର ସହଜ ସମଧାନ ପାଇଁ ଲୋକ ଅଦାଲତର ସୁଯୋଗ ନେବା ପାଇଁ ଅଧ୍ୟକ୍ଷ ମହୋଦୟ ସୂଚନା ଦେଇଛନ୍ତି।