କଲେଜ ପକ୍ଷରୁ ଅଧ୍ୟାପକଙ୍କ ଉଦ୍ଦେଶ୍ୟରେ ଶ୍ରଦ୍ଧାଞ୍ଜଳୀ

କୋକସରା/କ୍ରାନ୍ତିକ୍ଷେତ୍ର ନ୍ୟୁଜ୍ : କଳାହାଣ୍ଡି ଜିଲ୍ଲା କୋକସରା ବ୍ଳକ ସଦର ମହକୁମା ସ୍ଥିତ ପଞ୍ଚାୟତ ସମିତି ମହାବିଦ୍ୟାଳୟର ଅଧ୍ୟାପକ ଅଇରୀ ନାଶନ ଚିନ୍ଦାଙ୍କ ବିୟୋଗରେ ଶନିବାର କଲେଜ ପକ୍ଷରୁ ନିରବ ପ୍ରାର୍ଥନା ସହ ଶ୍ରଦ୍ଧାଞ୍ଜଳି ଦିଆଯାଇଛି। ଏହି ସମୟରେ ଅଧ୍ୟାପକ ସୁବ୍ରତ କୁମାର ବେହେରା, ଅଶ୍ବୀନ କୁମାର ପଟ୍ଟନାୟକ, କନକ ମଞ୍ଜରୀ ବେହେରା, ଶୁଭଶ୍ରୀ ସାହୁ, କର୍ମଚାରୀ ଜିତେନ୍ଦ୍ର ପ୍ରଧାନୀ, ହୃଦାନନ୍ଦ ଧ.ମାଝୀ, ସୁନୀଲ କୁମାର ପ୍ରଧାନୀ, ଉଜାଗର ମାଝୀ, ତପନ ବିଷି ସମେତ ଛାତ୍ରଛାତ୍ରୀ ମାନେ ଉପସ୍ଥିତ ଥିଲେ।