ଅପରେସନ୍ ‘ସିନ୍ଦୂର’ ସମ୍ମାନାର୍ଥେ ଜିଲ୍ଲା ଚିକିତ୍ସାଳୟରେ ରକ୍ତଦାନ ଶିବିର

ଭବାନୀପାଟଣା/କ୍ରାନ୍ତିକ୍ଷେତ୍ର ନ୍ୟୁଜ୍ : ସମଗ୍ର ଓଡିଶାରେ ଏଫ.ବି.ଡି.ଓ ର ଶାଖା ଓ ଅନ୍ୟାନ୍ୟ ସହଯୋଗୀ ସଂସ୍ଥା ଗ୍ରୀଷ୍ମ କାଳୀନ ରକ୍ତ ଅଭାବ ଦୂର କରିବା ସହ ଅପରେସନ ସିନ୍ଦୂର ଯବାନଙ୍କ ସମ୍ମାନାର୍ଥେ କଳାହାଣ୍ଡି ଜିଲ୍ଲାର ଅଗ୍ରଣୀ ସ୍ବେଚ୍ଛାସେବୀ ଅନୁଷ୍ଠାନ ସୋସିଆଲ ୱେଲଫେୟାର୍ ଅର୍ଗାନାଇଯେସନ୍, କଳାହାଣ୍ଡି ପରିବାର ତରଫରୁ ଜିଲ୍ଲା ରକ୍ତ ଭଣ୍ଡାର ଭବାନୀପାଟଣାଠାରେ ରକ୍ତଦାନ ଶିବିର ଆୟୋଜିତ ହୋଇଛି। ଏହି ଶିବିରକୁ ଭାରତୀୟ ସେନା ଅବସରପ୍ରାପ୍ତ ହୋଇ ଦେଶ ସେବା କରିବା ପାଇଁ ଅନେକ ଯୁବା କୁ ପ୍ରଶିକ୍ଷଣ କରୁଥିବା ବୀର ଯବାନ ଭୂପେନ୍ଦ୍ର ନାଏକ ଉଦଘାଟନ କରିଥିଲେ। ଶିବିରରେ ଅନୁଷ୍ଠାନର ୨୮ ଜଣ ରକ୍ତଦାନ କରିଥିବାବେଳେ ଜିଲ୍ଲା ର ବିଭିନ୍ନ ଡାକ୍ତରଖାନାରେ ଭର୍ତ୍ତି ହୋଇ ଚିକିତ୍ସିତ ହେଉଥିବା ରୋଗୀ ସମ୍ପର୍କୀୟ ୧୩ ଜଣ ରକ୍ତଦାନ କରିଥିଲେ। ସର୍ବମୋଟ ୪୧ ୟୁନିଟ୍ ରକ୍ତ ସଂଗ୍ରହ ହୋଇଥିଲା । ଅନୁଷ୍ଠାନ ତରଫରୁ ପ୍ରତିଷ୍ଠାତା ଉମାକାନ୍ତ ସୁନାନୀ, ଉପ-ସଭାପତି ଭୋଲାଶଙ୍କର ପାତ୍ର, କାର୍ଯ୍ୟକାରୀ ସଭାପତି ସଗ୍ରାମ କମପାନ, ସମ୍ପାଦକ ରିଙ୍କୁ ମଙ୍ଗରାଜ, ପ୍ରଦୀପ ସେଠିଆ, ଆକାଶ ରଣା, ରମେଶ ସାଗର, ଦେବାଶିଷ ବାଗ, ଡେଭିଡ୍, ପଟ୍ଟନାୟକ, ପ୍ରମୁଖ ଶିବିର ପରିଚାଳନାରେ ସ‌ହାୟତା ପ୍ରଦାନ କରିଥିଲେ। ରକ୍ତ ଭଣ୍ଡାରର କର୍ମଚାରୀ ଡମ୍ବରୁଧର ସାହୁ, ଗିରିଶ ନାୟକ, ଅଜିତ୍ ନାଏକ, ସରୋଜ ମହାନ୍ତ, ସମ୍ବୁ ପ୍ରମୁଖ ରକ୍ତ ସଂଗ୍ରହ କରିଥିଲେ। ଅତ୍ୟଧିକ ଗରମକୁ ଖାତିର ନକରି ଅନ୍ୟର ଜୀବନ ବଞ୍ଚାଇବା ପାଇଁ ରକ୍ତଦାନ କରିଥିବା ରକ୍ତଦାତାଙ୍କୁ ରକ୍ତଭଣ୍ଡାର ଓ ଅନୁଷ୍ଠାନ ତରଫରୁ ମାନପ‌ତ୍ର ଓ ପୁଷ୍ପଗୁଛ ଦେଇ ସମ୍ବର୍ଦ୍ଧିତ କରାଯାଇଥିଲା। ଶେଷରେ ଅନୁଷ୍ଠାନର ପ୍ରତିଷ୍ଠାତା ଉମାକାନ୍ତ ସୁନାନୀ ଏହି ମହତ୍ ପ୍ରୟାସ ରେ ସାମିଲ୍ ହୋଇ ଅନ୍ୟ ମାନଙ୍କ ପାଇଁ ଉଦାହରଣ ସୃଷ୍ଟି କରିବା ସହିତ ରକ୍ତଦାନ ପାଇଁ ଅନ୍ୟ ମାନଙ୍କୁ ସଚେତନ ବାର୍ତ୍ତା ଦେଇଥିଲେ।