ଘରୋଇ କଳିରୁ ସ୍ତ୍ରୀ ଓ ବୋହୁଙ୍କୁ ଛୁରୀରେ ଆକ୍ରମଣ

ଟ୍ରେନରେ କଟି ଆକ୍ରମଣକାରୀର ଆତ୍ମହତ୍ୟା !

କେସିଙ୍ଗା/କ୍ରାନ୍ତିକ୍ଷେତ୍ର ନ୍ୟୁଜ(ମଧୁସୂଦନ ଠାକୁର) : କେସିଙ୍ଗା ଥାନା ଅନ୍ତର୍ଗତ ପରଲସିଙ୍ଗା ଗ୍ରାମ ପଞ୍ଚାୟତର ଭମରମାଲ (ପଥର୍ଲା) ରେ ଚାଞ୍ଚଲ୍ୟ କର ଘଟଣା ଘଟିଛି। ଘରୋଇ କଳିରୁ ସ୍ତ୍ରୀ ଓ ବୋହୁଙ୍କୁ ଛୁରୀରେ ଆକ୍ରମଣ କରିବା ପରେ ଟ୍ରେନରେ କଟି ଆକ୍ରମଣକାରୀର ଆତ୍ମହତ୍ୟା କରିଥିବା ଜଣାପଡିଛି।

      ସୂଚନା ଅନୁସାରେ, ଭମରମାଲ (ପଥର୍ଲା) ଗ୍ରାମର ୪୨ ବର୍ଷର କୃଷ୍ଣ ସାହୁ, ଗତକାଲି ମଦ୍ୟପାନ କରି ଘରକୁ ଆସି ନିଜ ସ୍ତ୍ରୀ କୁମାରୀ ସାହୁ ଓ ବୋହୁଙ୍କୁ ବିଳମ୍ବିତ ରାତ୍ରୀରେ ଏକ ଧାରୁଆ ଛୁରୀରେ ଆକ୍ରମଣ କରିଥିଲା। ନିଜ ସ୍ତ୍ରୀ କୁମାରୀକୁ ମୁହଁ ଓ ହାତରେ ଏବଂ ବୋହୂ କୁ ମୁହଁରେ ଆକ୍ରମଣ କରି କ୍ଷତ ବିକ୍ଷ୍ୟତ କରିଥିଲା। ଶେଷରେ କୃଷ୍ଣ ସାହୁ ଭାରସାମ୍ୟ ହରାଇ ପଥର୍ଲା କାଣ୍ଡେଲ ଓ କେସିଙ୍ଗାକୁ ସଂଯୋଗ ହୋଇଥିବା ରେଳ ଧାରଣାରେ ଏକ ଟ୍ରେନ ଆଗରେ ଡେଇଁପଡି ଥିଲା। ଯାହା ଫଳରେରେ କୃଷ୍ଣର ଗଣ୍ଡିରୁ ମୁଣ୍ଡ ଅଲଗା ହୋଇ ପଡ଼ିଥିଲା। ଆଜି ସକାଳେ ଲୋକମାନେ ରେଳ ଲାଇନ ଉପରେ କୃଷ୍ଣର ମୃତ ଦେହ ଦେଖି ପରିବାରଙ୍କୁ ଖବର ଦେଇଥିଲେ। ଖବର ପାଇ ମୃତକ ପରିବାର ଘଟଣା ସ୍ଥଳରେ ପହଞ୍ଚି ଶବକୁ ଚିହ୍ନଟ କରିଥିଲେ। ମୃତ କୃଷ୍ଣ ସାହୁଙ୍କ ପୁଅ ଲାଲୁ ସାହୁ ଘଟଣା ଖବର ପାଇଁ କେସିଙ୍ଗା ଆଦର୍ଶ ଥାନାରେ ନିଜ ମାଆଙ୍କୁ ଧାରୁଆ ଛୁରୀରେ ଆକ୍ରମଣ କରି ବାପା ରେଳ ଧାରଣାରେ ଆତ୍ମହତ୍ୟା କରିଥିବା ଲିଖିତ ଅଭିଯୋଗ କରିଛନ୍ତି। ଟ୍ରେନ ପାଇଲଟ ଟିଟିଲାଗଡ଼ ଜିଆର୍ ପିଙ୍କୁ ଖବର ଦେଇଥିଲେ। ଖବର ପାଇ ଘଟଣା ସ୍ଥଳରେ କେସିଙ୍ଗା ପୋଲିସ ଓ ଜିଆରପି ପହଁଞ୍ଚି ତଦନ୍ତ ଆରମ୍ଭ କରିଛନ୍ତି। କେସିଙ୍ଗା ଗୋଷ୍ଠୀ ସ୍ୱାସ୍ଥ୍ୟ କେନ୍ଦ୍ରରେ ବ୍ୟବଚ୍ଛେଦ ପରେ ପୁଲିସ ପରିବାର ଲୋକଙ୍କୁ ଶବ ହସ୍ତାନ୍ତର କରିଥିବା ଜଣାପଡିଛି।