କଳାହାଣ୍ଡି ଜିଲ୍ଲା ଓବିସି ମଞ୍ଚର ସାଧାରଣ ବୈଠକ

ଜୁନାଗଡ଼/କ୍ରାନ୍ତିକ୍ଷେତ୍ର ନ୍ୟୁଜ୍(ସ୍ବାସ୍ତୀଦିପ ଆଦିତ୍ୟ) : ପଛୁଆ ବର୍ଗଙ୍କ ସାମ୍ବିଧାନିକ ହକ ଓ ଅଧିକାର ପାଇଁ ରବିବାର କଳାହାଣ୍ଡି ଜିଲ୍ଲା ଓବିସି ମଞ୍ଚ ତରଫରୁ ଜୁନାଗଡ଼ ବଜାର ପଡିଆଠାରେ ଏକ ସାଧାରଣ ବୈଠକ ଅନୁଷ୍ଠିତ ହୋଇଛି। ରାଜ୍ୟ ଓବିସି ମଞ୍ଚର କାର୍ଯ୍ୟକାରୀ ସଭାପତି ଦୁର୍ଗା ପ୍ରସାଦ ନାଏକଙ୍କ ସଭାପତିତ୍ବରେ ଅନୁଷ୍ଠିତ ବୈଠକରେ ଓଡିଶା ଓବିସି ମଞ୍ଚ ସଭାପତି ଶଙ୍କର ପ୍ରସାଦ ପାତ୍ର, କୋଷାଧ୍ୟକ୍ଷ ପରଦେଶୀ ବିଶ୍ୱାଳ, ସମାଜବାଦୀ ପାର୍ଟି ରାଜ୍ୟ ସଭାପତି ଶିବ ହାତୀ, ପଣ୍ଡରାମାଲି ସମାଜ କୁଳପତି ପ୍ରକାଶ ଚନ୍ଦ୍ର ନାଏକ, ପୂର୍ବତନ ଜିଲ୍ଲା ଯାଦବ ମହାସଭା ସଭାପତି ଡମ୍ବରୁଦ୍ଧର ଲହଜଳ, ଓବିସି ମଞ୍ଚ ସଂଯୋଜକ ଡାକେଶ୍ୱର ଲହଜଳ, ରାଷ୍ଟ୍ରୀୟ ଅଧ୍ୟକ୍ଷ ଯୁବା ପ୍ରକୋଷ୍ଠ ଭାରତ ମୁକ୍ତି ମୋର୍ଚ୍ଚା ମହିଳା ସଂଘ ନୂଆଦିଲ୍ଲୀ କମଳିନୀ ଯାଦବ, ଜିଲ୍ଲା ଯାଦବ ମହିଳା ସଂଘ ସଭାନେତ୍ରୀ ରଶ୍ମିରେଖା ରାଉତ, ବରିଷ୍ଠ ସମାଜ ସେବୀ ଶିବ ପ୍ରଧାନୀ, ମାନସ ବାଗ, ଉଦ୍ଧବ ସାହୁ, ନିଲାମ୍ବର ସାହୁ, ଜୁନାଗଡ଼ ବ୍ଲକ ଯାଦବ ସଭାପତି ପ୍ରେମାନନ୍ଦ ଭୋଇ ପ୍ରମୁଖ ଯୋଗଦେଇଥିଲେ।

ମୁଖ୍ୟତଃ ଓବିସି ମାନଙ୍କ ସାମ୍ବିଧାନିକ ହକ, ଅଧିକାର ଓ ସମାନୁପତିକ ପ୍ରତିନିଧିତ୍ୱ, ଜନଗଣନା, ଉଚ୍ଚଶିକ୍ଷା, ବୃତ୍ତିଗତ ଶିକ୍ଷା, ନିଯୁକ୍ତିରେ ଓବିସିଙ୍କୁ ୨୭% ସ୍ଥାନ ସଂରକ୍ଷଣ ସହ ଏହି ବର୍ଗର ଯୁବକ, ଯୁବତୀଙ୍କୁ ଉଚ୍ଚ ପଦ ପଦବୀରେ ନିଯୁକ୍ତି ପାଇଁ ଜିଲ୍ଲା ସ୍ତରରେ ମାଗଣାରେ କୋଚିଂ ବ୍ୟବସ୍ଥା, ୩ୟ ଓ ୪ର୍ଥ ଶ୍ରେଣୀ କର୍ମଚାରୀ ନିଯୁକ୍ତିକୁ ଜିଲ୍ଲା ଭିତିକ କରିବା ପାଇଁ ଆଲୋଚନା କରିଥିଲେ। ଏହି କ୍ରମରେ ଅଗାମି ଦିନରେ ଓବିସି ସମାଜକୁ ସୁସଂଗଠିତ କରି ଆଗକୁ ବଢ଼େଇବା ପାଇଁ ଜିଲ୍ଲା ଓବିସି ମଞ୍ଚ କମିଟି ଗଠନ ହୋଇଥିଲା। ମଞ୍ଚକୁ ହିମାଂଶୁ ଶେଖର ବରାଡ଼ ପରିଚାଳନା କରିଥିଲେ।