ପାଇପ ଅଛି, ହେଲେ ପାଣି ବାହାରୁନି, ୩୦୦ ପରିବାର ହନ୍ତସନ୍ତ

କର୍ଲାମୁଣ୍ଡା/କ୍ରାନ୍ତିକ୍ଷେତ୍ର ନ୍ୟୁଜ୍ : କଳାହାଣ୍ଡି ଜିଲା କର୍ଲାମୁଣ୍ଡା ବ୍ଲକ ପୌରକେଲା ପଞ୍ଚାୟତ ରଣାପଡ଼ା ଓ ପାଟଖଣ୍ତା ମନ୍ଦିରପଡ଼ାର ପାୟ ୩୦୦ ପରିବାର ପାନୀୟ ଜଳ ପାଇଁ ହନ୍ତସନ୍ତ ହେଉଛନ୍ତି। ପଡ଼ାରେ ସରକାର ତରଫରୁ ପାଇପ ଯୋଗେ ପାଣିର ବ୍ୟବସ୍ଥା କରାଯାଇଛି। ହେଲେ ତାହା ଦିର୍ଘ ମାସେରୁ ଉର୍ଦ୍ଧ୍ବ ହେବ ଅଚଳ ହୋଇପଡ଼ିଛି। ପଡ଼ାରେ ରହିଥିବା  ଗୋଟିଏ ନଳକୂପରୁ ମଧ୍ୟ ପର୍ଯ୍ୟାପ୍ତ ପାଣି ମିଲୁନି। ବର୍ତ୍ତମାନ ସମଗ୍ର ପଶ୍ଚିମ ଓଡ଼ିଶାରେ ଗ୍ରୀଷ୍ମ ପ୍ରବାହ ଜାରି ରହିଛି। ପାରଦ ୪୪ ଡିଗ୍ରୀ ଉପରେ ରହୁଛି। ତୁରନ୍ତ ପାଣି ସମସ୍ୟା ସମାଧାନ କରିବାକୁ ପଡ଼ାବାସୀ ଦାବି କରିଛନ୍ତି। ଏହି ନେଇ ଗ୍ରାମ୍ୟ ଜଳଯୋଗାଣ ଅଧିକାରୀଙ୍କୁ ଯୋଗାଯୋଗ କରାଯାଇଥିଲେ ମଧ୍ୟ କୌଣସି ପ୍ରତିକ୍ରିୟା ମିଳିପାରିନାହିଁ।