କର୍ଲାମୁଣ୍ଡା/କ୍ରନ୍ତିକ୍ଷେତ୍ର ନ୍ୟୁଜ୍ (ପବିତ୍ର ସାହୁ) : କର୍ଲାମୁଣ୍ଡା ବ୍ଲକ ବୋରପଦର ଗ୍ରାମ ପଞ୍ଚାୟତରେ ମନରେଗା ଯୋଜନାରେ ଦୁର୍ନୀତି ହୋଇଥିବା ନେଇ ବତିକୁପା ଗ୍ରାମର ଶ୍ରମିକ ମାନେ କର୍ଲାମୁଣ୍ଡା ବିଡ଼ିଓଙ୍କ ଠାରେ ଅଭିଯୋଗ କରିଥିଲା। ଉକ୍ତ ଘଟଣାରେ କନିଷ୍ଠ ଯନ୍ତ୍ରୀ ଲିପ୍ତ ରହି ତାଙ୍କ ଇସାରାରେ ଦୁର୍ନୀତି ହେଉଥିବା ଅଭିଯୋଗ ମଧ୍ୟ ହେଉଥିଲା। ଏନେଇ ଗତ ୦୩ ତାରିଖରେ କ୍ରାନ୍ତିକ୍ଷେତ୍ର ନ୍ୟୁଜ୍ ରେ ଏକ ଶିର୍ଷକ ଖବର ପ୍ରକାଶିତ ପାଇଥିଲା। ଖବର ପ୍ରକାଶିତ ହେବା ପରେ ପ୍ରଶାସନ ତତ୍ପରତା ଦେଖାଇ ପ୍ରାଥମିକ ତଦନ୍ତ ଆରମ୍ଭ ହୋଇଥିଲା। ଜିଲ୍ଲା ପ୍ରଶାସନ ପକ୍ଷରୁ ଦାୟିତ୍ଵରେ ଥିବା କନିଷ୍ଠ ଯନ୍ତ୍ରୀ ଲଲିନ୍ଦ୍ର କିସାନଙ୍କୁ କର୍ଲାମୁଣ୍ଡା ବ୍ଲକରୁ ଉପାନ୍ତ ଅଞ୍ଚଳ ଲାଞ୍ଜିଗଡ ବ୍ଲକକୁ ବଦଳି କରାଯାଇଥିବା ଜଣାପଡ଼ିଛି।