ଯାମଖୁଣ୍ଟାରେ ନରସିଂହ ଜନ୍ମ ଉପଲକ୍ଷେ ପୁରାଣ ପଠନ

ସଇଁତଲା/କ୍ରାନ୍ତିକ୍ଷେତ୍ର ନ୍ୟୁଜ୍(ଗୋକୁଳା ନନ୍ଦ ବଗର୍ତ୍ତୀ) : ସଇଁତଲା ଧରପଗଡ଼ ଗ୍ରାମପଞ୍ଚାୟତ ଜାମଖୁଣ୍ଟା ଗ୍ରାମରେ ନୁରସିଂହ ଚତୁର୍ଦଶୀ ଉପଲକ୍ଷେ ନୁରସିଂହ ଜନ୍ମ ପୁରାଣ ପଠନ ପାଇଁ କଳସ ଯାତ୍ରା ଅନୁଷ୍ଠିତ ହୋଇଛି । ସ୍ଥାନୀୟ ପାଖରୀରୁ ଘଣ୍ଟ, ଶଙ୍ଖ ହୁଳହୁଳି ସହ ପୂର୍ଣ୍ଣ କଳସ ଆଣି ମଣ୍ଡପରେ ସ୍ଥାପନ କରାଯାଇ ଥିଲା। ପୂଜା କର୍ତ୍ତା ଯୁଗଲ କିଶୋର ବଗର୍ତ୍ତୀ ଓ ଧର୍ମପତ୍ନୀ ମାଳତି ବଗର୍ତ୍ତୀ ରହିଥିବାବେଳେ ପୂଜକ ଯୁଗେନ୍ଦ୍ର ମିଶ୍ର ପୁଜା କାର୍ଯ୍ୟ ସମ୍ପାଦନ କରୁଛନ୍ତି। ଏହି ପୁରାଣ ସତଦିନ ଧରି ପଠନ କରାଯିବ, ଗାଁର ସମସ୍ତେ ସହଯୋଗ କରିଥିବା ଦେଖିବାକୁ ମିଳିଥିଲା।