ଥୁଆମୂଳ ରାମପୁର,କ୍ରାନ୍ତିକ୍ଷେତ୍ର ନ୍ୟୁଜ୍(ପ୍ରଦୀପ ପଣ୍ଡା) : କଳାହାଣ୍ଡି ଜିଲ୍ଲା ଥୁଆମୂଳ ରାମପୁର ବ୍ଲକ ଅନ୍ତର୍ଗତ ଇନ୍ଦ୍ରାବତୀ ଜଳବନ୍ଦୀ ଅଞ୍ଚଳ ପୋଡାପଦର ପଞ୍ଚାୟତର ତଳଟେମରା ଗାଁର ମାଦାନ ମାଝୀଙ୍କ ନାବାଳିକା ଝିଅ ସବିତା (୯)ର ବଜ୍ରପାତରେ ମୃତ୍ୟୁ ହୋଇଥିବା ସୂଚନା ମିଳିଛି। ପୋଡାପଦର ସରପଞ୍ଚ ରାଏସିଂ ମାଝୀ ଏବଂ ସମିତି ସଭ୍ୟ ଅକ୍ଷୟ ନାଏକ ଏନେଇ ସୂଚନା ଦେଇଛନ୍ତି। ସୂଚନା ମୁତାବକ ମଙ୍ଗଳବାର ଅପରାହ୍ନରେ ସବିତା ଏବଂ ଗ୍ରାମର ଅନ୍ୟ ଜଣେ ସାଙ୍ଗ ଦୁହେଁ ସାଥି ହୋଇ ଆମ୍ବ ଗୋଟାଇବାକୁ ଯାଇଥିବା ବେଳେ ବଜ୍ରପାତ ହୋଇଥିଲା। ଫଳରେ ଘଟଣା ସ୍ଥଳରେ ସବିତାର ମୃତ୍ୟୁ ହୋଇଥିବା ବେଳେ ଅନ୍ୟ ଜଣେ ନାବାଳିକା ଗୁରୁତର ଅବସ୍ଥାରେ ପଡିଥିବା ସୂଚନା ରହିଛି। ଗୁରୁତର ଥିବା ନାବାଳିକା ଝିଅର ପରିଚୟ ମିଳିପାରିନଥିବା ବେଳେ ତାକୁ କିପରି ଡାକ୍ତରଖାନା ନିଆଯିବ ସେଥିପାଇଁ ବୋଟ୍ ଆମ୍ବୁଲାନ୍ସ ସହିତ ଯୋଗାଯୋଗ କରାଯାଇଛି ବୋଲି ସୂଚନା ମିଳିଛି।