କେସିଙ୍ଗା/କ୍ରାନ୍ତିକ୍ଷେତ୍ର ନ୍ୟୁଜ (ମଧୁସୂଦନ ଠାକୁର) : କଳାହାଣ୍ଡି ଜିଲ୍ଲା କେସିଙ୍ଗା ପୋଷ୍ଟ ଅଫିସରେ କାର୍ଯ୍ୟରତ ଡାକ ସହାୟକ ଡମ୍ୱରୁଧର ବରିହାଙ୍କୁ କେସିଙ୍ଗା ପୋଷ୍ଟ ଅଫିସ ପକ୍ଷରୁ ମଙ୍ଗଳବାର ବିଦାୟ କାଳୀନ ସମ୍ବର୍ଦ୍ଧନା ଜ୍ଞାପନ କରାଯାଇଥିଲା।ଶ୍ରୀବରିହା ୨୦୨୨ ମସିହାରେ କେସିଙ୍ଗା ପୋଷ୍ଟ ଅଫିସରେ ଯୋଗଦାନ କରି ସମସ୍ତଙ୍କ ପ୍ରିୟଭାଜନ ହୋଇ ପାରିଥିଲେ।ସମସ୍ତ କାମରେ ସେ ଧୁରନ୍ଧର ଥିଲେ। ଡାକଘର ଉପଭୋକ୍ତା ହେଉ ଅବା ଡାକଘର ଅଭିକର୍ତ୍ତା ହୁଅନ୍ତୁ କାହାକୁ କେବେ ନିରାଶ କରୁନଥିଲେ। ଏହି ବିଦାୟ କାଳୀନ ସମ୍ବର୍ଦ୍ଧନା ସଭାରେ ଅନ୍ୟ ମାନଙ୍କ ମଧ୍ୟରେ କେସିଙ୍ଗା ଡାକ ନିରୀକ୍ଷକ ସୁମିତ କୁମାର ଦାସ, କେସିଙ୍ଗା ପୋଷ୍ଟ ମାଷ୍ଟର ଝସ କେତନ ତ୍ରିପାଠୀ, ଡାକ ସହାୟକ ବିଭୂତି ଭୂଷଣ ନାଏକ, ସୁନୀଲ ରଣା, ମେଘ ନାଦ ନାଏକ, ଅରୁଣ କୁମାର ଭୋଇ, ରବି ନାରାୟଣ ପଟ୍ଟନାୟକ, ଗୋବର୍ଦ୍ଧନ ପ୍ରଧାନ, ଦେବରାଜ ନାଏକ, ସୁଶାନ୍ତ ନାଗ ପ୍ରମୁଖ ଉପସ୍ଥିତ ଥିଲେ।